ETV Bharat / state

ଜାତୀୟ ପତାକାକୁ ଅସମ୍ମାନ ନେଇ ଥାନାରେ ଏତଲା - ଭଦ୍ରକ ଜାତୀୟ ପତାକାକୁ ଅସମ୍ମାନ

ଭଦ୍ରକରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ନେଇ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ...

disrespect to National flag complaint in bhadrak
ଜାତୀୟ ପତାକାକୁ ଅସମ୍ମାନ ନେଇ ଥାନାରେ ଏତଲା
author img

By

Published : Aug 17, 2021, 9:14 PM IST

ଭଦ୍ରକ : ଜାତୀୟ ପତାକାକୁ ଅସମ୍ମାନ ନେଇ ଥାନାରେ ଏତଲା । ସାରା ଭାରତ ବର୍ଷ ପାଳନ କରିଛି 75ତମ ସ୍ବାଧୀନତା ଦିବସ। କୋରୋନା କଟକଣା ମଧ୍ଯରେ ଅଳ୍ପ ସଂଖ୍ୟକ ଲୋକଙ୍କ ଗହଣରେ ବଡ ଉତ୍ସାହ ଉଦ୍ଦୀପନା ଏହି ଦିବସ ପାଳନ କରାଯାଇଛି। କିନ୍ତୁ ଭଦ୍ରକର କେତେକ ସ୍ଥାନରେ ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ କରାଯାଇଛି ।

ଜାତୀୟ ପତାକାକୁ ଅସମ୍ମାନ ନେଇ ଥାନାରେ ଏତଲା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଦୁଇଟି ଅଙ୍ଗନୱାଡି କେନ୍ଦ୍ରରେ ସଠିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇନଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ପ୍ରଶାସନ ପକ୍ଷରୁ ଜାତୀୟ ପତାକା ଓଲଟା ବନ୍ଧା ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସେହିପରି ଅଙ୍ଗନୱାଡି କେନ୍ଦ୍ରରେ ଓଲଟା ବନ୍ଧା ଯାଇ ପତାକା ଉତ୍ତୋଳନ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.