ETV Bharat / state

ବରପଦା ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ-କର୍ମଚାରୀଙ୍କ ମଧ୍ୟରେ ପୁଣି ବିବାଦ

ବକେୟା ଦରମା ପ୍ରଦାନକୁ ନେଇ ବରପଦା ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ପୁଣି ଘନେଇଲା ବିବାଦ । ଅଧିକ ପଢନ୍ତୁ

ବରପଦା ଇଞ୍ଜିନିୟରିଂ କଲେଜ ବିବାଦ
ବରପଦା ଇଞ୍ଜିନିୟରିଂ କଲେଜ ବିବାଦ
author img

By ETV Bharat Odisha Team

Published : Sep 28, 2023, 10:08 AM IST

ବରପଦା ଇଞ୍ଜିନିୟରିଂ କଲେଜ ବିବାଦ

ଭଦ୍ରକ: ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ବରପଦା ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଛି । କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷ ଏବଂ କଲେଜ ପରିଚାଳନା ଦାୟିତ୍ବରେ ଥିବା ସୋସାଇଟି କର୍ମଚାରୀମାନଙ୍କୁ ବକେୟା ଦରମା ଦେଉନାହାନ୍ତି । ଅନ୍ୟପଟେ କୋର୍ଟରେ ମାମଲା ଚାଲିଥିବାରୁ କର୍ତ୍ତୃପକ୍ଷ ନିରୁପାୟ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ । 2015 ମସିହାରୁ କଲେଜ ଆରମ୍ଭ ହୋଇଥିବା ବେଳେ ଏହାର ପରିଚାଳନା ଦାୟିତ୍ବରେ ଥିବା ସୋସାଇଟି ଏବଂ କର୍ମଚାରୀଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନିି । ଫଳରେ କଲେଜ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି । ଏହି ବିବାଦ ଦିନକୁ ଦିନ ଘନେଇବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଲେଜ ପରିଚାଳନା ଦାୟିତ୍ବ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା ।ହେଲେ ପରବର୍ତ୍ତୀ ସମୟରେ କୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ପୁନର୍ବାର ଉକ୍ତ ସୋସାଇଟି ହାତକୁ କଲେଜ ପରିଚାଳନା ଦାୟିତ୍ବ ଚାଲିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଇଁ ଭଦ୍ରକ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ଏବେ ବି ବରପଦା ଇଞ୍ଜିନିୟରିଂ କଲେଜର ପରିଚାଳନାଗତ ବିବାଦ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ସର୍ତ୍ତମୂଳକ ଭାବେ ଏହାର ପରିଚାଳନା ଦାୟିତ୍ବ ପରିଚାଳନା ସୋସାଇଟିକୁ ପ୍ରଦାନ କରାଯାଇଛି । ସେହି ସର୍ତ୍ତଗୁଡ଼ିକ ମଧ୍ୟରେ ଗୋଟିଏ ସର୍ତ୍ତ ହେଉଛି କଲେଜ ପରିଚାଳନା ସୋସାଇଟି ପ୍ରତି ମାସ 7 ତାରିଖ ମଧ୍ୟରେ କର୍ମଚାରୀମାନଙ୍କୁ ସେମାନଙ୍କ ଦରମା ପ୍ରଦାନ କରିବେ । କଲେଜ ପରିଚାଳନା ସୋସାଇଟି ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିଆସୁଥିଲା । ହେଲେ କଲେଜ କର୍ମଚାରୀମାନଙ୍କୁ ସେମାନଙ୍କ 17 ମାସର ବକେୟା ଦରମା ପ୍ରଦାନ କରାଯାଇ ନାହିଁ ବୋଲି ଏବେ ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦରେ କଲେଜର କର୍ମଚାରୀମାନେ 2022 ଏପ୍ରିଲ 25 ତାରିଖ ଠାରୁ ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଧାରଣା ଦେଇଥିଲେ । ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଧାରଣାକୁ ସ୍ଥଗିତ ରଖି କାର୍ଯ୍ୟରେ ଯୋଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କଲେଜ କର୍ତ୍ତୃପକ୍ଷ କିଛି କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗଦାନ କରିବାକୁ ଦେଇନଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳ ଓ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ନମିଳିବାରୁ କର୍ମଚାରୀମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଯେହେତୁ କୋର୍ଟରେ ଦୁଇଟି ଯାକ ମାମଲା ବିଚାରାଧୀନ ରହିଛି, ତେଣୁ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି ଅଧ୍ୟକ୍ଷ । ଅନ୍ୟପକ୍ଷରେ 7 ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ବାଧ୍ୟ ହୋଇ ସପରିବାର ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ । ଏଥିସହିତ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ପାଇଁ ମଧ୍ଯ ଦାବି ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.