ETV Bharat / state

ପୋଲିସ ପଞ୍ଝାରେ ମାଷ୍ଟର ମାଇଣ୍ଡ, 600 ବସ୍ତା କୋଇଲା ଜବତ

author img

By

Published : Jul 12, 2021, 7:53 AM IST

ଟ୍ରକରେ ଚୋରା ଚାଲାଣ ହେଉଥିବା 600 ବସ୍ତା କୋଇଲାକୁ ଜବତ କରିଛି ଧୂଷୁରୀ ପୋଲିସ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ କୋଇଲା ମାଷ୍ଟର ମାଇଣ୍ଡ, 600 ବସ୍ତା କୋଇଲା ଜବତ

ଭଦ୍ରକ: ଟ୍ରକରେ ଚୋରା ଚାଲାଣ ହେଉଥିବା 600 ବସ୍ତା କୋଇଲାକୁ ଜବତ କରିଛି ଧୂଷୁରୀ ପୋଲିସ । ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ପୋଲିସ । ଖବର ଅନୁଯାୟୀ, ଟ୍ରକରେ ଚୋରା କୋଇଲା ବୋଝେଇ ହୋଇ ତିହିଡି ଅଞ୍ଚଳରୁ ଧାମନଗର ଓ ଯାଜପୁରକୁ ଚାଲାଣ ହେଉଥିବା ବେଳେ ଧୂଷୁରୀ ପୋଲିସ ସୂଚନା ପାଇଥିଲା । ଅସୁରାଳି ବଜାର ପାଖରେ ଠିଆ ହୋଇଥିବା ବେଳେ ପୋଲିସ ସେହି ଗାଡ଼ିରେ ଥିବା ପ୍ରାୟ 6 ଶହ ବସ୍ତା କୋଇଲା ବ୍ୟାଗ ଜବତ କରିଛି । ଯାହାର ଓଜନ ପାଖାପାଖି 30 ଟନ ହେବ ।

ପୋଲିସ ଗାଡିର ଡ୍ରାଇଭର ଓ ହେଲପର ଉଭୟଙ୍କୁ ଅଟକ ରଖିଥିବା ବେଳେ ଚୋରା କୋଇଲା ଚାଲାଣର ମୁଖ୍ୟ ଅଭିଯୁକ୍ତ ବାୟାକୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ଅଟକ ରହିଥିବା ଡ୍ରାଇଭର ସନୋଜ ସାହା ଓ ହେଲପର ମୁକେଶ ଯାଦବ ବିହାର ରାଜ୍ୟର ହୋଇଥିବା ବେଳେ ଚୋରା କୋଇଲା ଚାଲାଣର ମାଷ୍ଟର ମାଇଣ୍ଡ ତିହିଡି ଥାନା ହାଟୁଆରି ଗ୍ରାମର ଭଗବାନ ଦାସ ଓରଫ ବାୟାକୁ ମଧ୍ୟ ପଚରାଉଚୁରା କରୁଛି ଧୂଷୁରି ପୋଲିସ । ସୂଚନା ଅନୁଯାୟୀ ବାୟା ନାମରେ ଭଦ୍ରକ ଜିଲ୍ଲା ସମେତ, କେନ୍ଦ୍ରପଡା, ଯାଜପୁର ଆଦି ଥାନାରେ ବହୁ ମାମଲା ରହିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.