ETV Bharat / state

ଧାମନଗର ଲଢେଇ: ଆଗରେ ବିଜେପିର ସୂର୍ଯ୍ୟବଂଶୀ, କଂଗ୍ରେସ ବିଜେଡ଼ି ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି - ଆଗରେ ବିଜେପିର ସୂର୍ଯ୍ୟବଂଶୀ

ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । କଂଗ୍ରେସ ଓ ବିଜେଡିର ପ୍ରାର୍ଥୀତ୍ବ ନେଇ ଜାରି ରହିଛି ସସପେନ୍ସ । ଅଧିକ ପଢନ୍ତୁ

ଧାମନଗର ଲଢେଇ: ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ, ସସପେନ୍ସରେ ବିଜେଡ଼ି

author img

By

Published : Oct 11, 2022, 12:48 PM IST

Updated : Oct 11, 2022, 3:42 PM IST

ଭଦ୍ରକ: ବିରୋଧି ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଉପନିର୍ବାଚନ(Dhamnagar By poll) ପାଇଁ ପୁଅ ସୂର୍ଯ୍ୟବଂଶ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି । ହେଲେ ବିଜେଡ଼ି ଓ କଂଗ୍ରେସର କିଏ ହେବ ପ୍ରାର୍ଥୀ ତାହାକୁ ନେଇ ଜାରି ରହିଛି ସସପେନ୍ସ । ଜନ ସମ୍ପର୍କ ପଦଯାତ୍ରା ମଧ୍ୟମରେ ବିଜେଡି ପକ୍ଷରୁ ଏକ ପ୍ରକାର ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଘନ ଘନ ବୈଠକ ଚାଲିଛି । ଏସବୁ ଭିତରେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ସ୍ପଷ୍ଟ ହୋଇପାରେ ବୋଲି କୁହାଯାଉଛି ।

ଧାମନଗର ଲଢେଇ: ଆଗରେ ବିଜେପି, ପ୍ରାର୍ଥୀ ଘୋଷଣା କରିନାହାନ୍ତି କଂଗ୍ରେସ ଓ ବିଜେଡ଼ି

ରବିବାର ବିଜେପି ପକ୍ଷରୁ ଦିବଙ୍ଗତ ନେତା ତଥା ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସୂର୍ଯ୍ୟବଂଶୀ ହେଉଛନ୍ତି ବିଜେପି ରାଜ୍ୟ ସୋସିଆଲ ମିଡିଆ କୋର୍ଡିନେଟର । ଗତ ସାଧାରଣ ନିର୍ବାଚନ ସମୟରେ ସେ ଇଂଜିନିୟରିଂ ଚାକିରି ଛାଡ଼ି ବାପାଙ୍କ ରାଜନୈତିକ ଜୀବନରେ ସହଯୋଗ କରିଥିଲେ । ଏଥିସହିତ ସେ ସାଂଗଠନିକ କାମ ମଧ୍ୟ ବୁଝୁଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଜଣେ ଯୁବନେତା ଓ ଯୁବସଂଗଠକ ଭାବେ ତାଙ୍କର ସାରା ଭଦ୍ରକ ଜିଲ୍ଲାରେ ସୁନାମ ରହିଛି ।

ଆଜି(ମଙ୍ଗଳବାର) ସୂର୍ଯ୍ୟବଂଶୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀତ୍ବ ଘୋଷଣା ପରେ ସେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକରେ ଥିବା ଗାଁ ଗୁଡିକୁ ଯାଇ ଭୋଟରଙ୍କୁ ସାକ୍ଷାତ କରି ଆର୍ଶୀବାଦ ଭକ୍ଷା କରିଲେଣି ସୂର୍ଯ୍ୟବଂଶୀ । ତେବେ ଏହି ଉପନିର୍ବାଚନରେ ବିଜେପି ନିଶ୍ଚୟ ବିଜୟ ହେବ ବୋଲି ଦଳର ହେଭିୱେଟ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଯିଏ ବି ଦଳରୁ ପ୍ରାର୍ଥୀ ହେବ ସେ ନିଶ୍ଚିତ ବିଜୟୀ ହେବ ବୋଲି କହୁଛି ବିଜେଡି । ହେଲେ ବିଜେଡି ପକ୍ଷରୁ ଏ ଯାଏଁ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: Dhamnagar By-Poll: ପୁର୍ନବାର ବାଜିମାତ କରିବାକୁ ବିଜେପିର ଦୃଢ଼ୋକ୍ତି

ସେହିପରି କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାହା ମଧ୍ୟ ଚୂଡାନ୍ତ ହୋଇ ପାରିନାହିଁ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ନାମ ଚର୍ଚ୍ଚା ହେଉଥିବାବେଳେ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ବିଦ୍ୟାଧର ଜେନା ପ୍ରମୁଖ ନାମ ମଧ୍ୟ ଉଠୁଛି । ଏପରିସ୍ଥଳେ କଂଗ୍ରେସର ବରିଷ୍ଠ ନେତ୍ରୀ ବିଜୟୀ ଲଷ୍ମୀ ସାହୁଙ୍କ ନେତୃତ୍ବରେ 4 ଜଣିଆ ରାଜ୍ୟ ଟିମ ଧାମନଗର ବ୍ଲକର ଧୂଷୁରୀଠାରେ ପହଞ୍ଚି ବ୍ଲକ ଏବଂ ଜିଲ୍ଲାର କଂଗ୍ରେସ ନେତାମାନଙ୍କ ସହିତ ପ୍ରାର୍ଥୀତ୍ବ ଉପରେ ଆଲୋଚନା କରିଛନ୍ତି । କର୍ମୀ ଏବଂ ନେତାଙ୍କ ସହିତ ଯେଉଁ ସବୁ ଆଲୋଚନା ହୋଇଛି ତାହା ଦଳୀୟ ହାଇକମାଣ୍ଡଙ୍କୁ ଜଣାଇ ଦିଆଯିବ । ସେମାନେ ଯାହା ନିଷ୍ପତି ନେବେ ତାହା ଚୂଡାନ୍ତ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Oct 11, 2022, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.