ଭଦ୍ରକ: ଗୋଟିଏ ମାଛର ଦାମ୍ 7 ଲକ୍ଷ 49 ହଜାର ଟଙ୍କା । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହଁ ଆଜ୍ଞା ଏପରି ଏକ ବିରଳ ଓ ବିରାଟକାୟ ମାଛ ଧରାପଡିଛି ଧାମରାରେ । ଯାହାର ଓଜନ 107 କିଲୋଗ୍ରାମ । ନିରୁପମା ନାମକ ମାଛଧରା ବୋଟ ର ଧିବରମାନେ ଏହି ମାଛ ଧରିଛନ୍ତି ।
ବୁଧବାର ଭଦ୍ରକ ଚାନ୍ଦବାଲି ବ୍ଲକ ଧାମରା ବନ୍ଦର ଚନ୍ଦିନୀପାଳ ମତ୍ସ୍ୟଧରା ଜେଟିରୁ ଧିବରମାନେ ଏହି ବିରଳ ପ୍ରଜାତିର ମାଛକୁ ଧରିଛନ୍ତି । ଏହାକୁ କିଲୋ ପିଛା 7 ହଜାର ଟଙ୍କା ମୂଲ୍ୟରେ 7 ଲକ୍ଷ 49 ହଜାର ଟଙ୍କାରେ ବିକ୍ରି କରାଯାଇଛି ।
ଏହି ବିରଳ ମାଛକୁ ଡ୍ରୋନ ସାଗର କୁହାଯାଏ । ଵେନ୍ନାଇର ଏକ ମେଡିସିନ କମ୍ପାନୀର ମାଲିକ ଏହାକୁ କିଣିଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ