ଭଦ୍ରକ: କୋଭିଡ କଟକଣା ଭାଙ୍ଗି ଭଦ୍ରକ ଜିଲ୍ଲା ଆରଡି ମନ୍ଦିରକୁ ପ୍ରବେଶ କଲେ 2 ଭକ୍ତ । ବାବାଙ୍କ ଆଳତୀ ଚାଲିଥିବା ସମୟରେ କଟକଣା ଭାଙ୍ଗି ମନ୍ଦିରକୁ ପଶିଥିବା ଅଭିଯୋଗ ହୋଇଛି । ଏଥିସହ ମନ୍ଦିର ସିକ୍ୟୁରିଟି ଗାର୍ଡଙ୍କୁ ଧକ୍କା ମାରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।
ଏପରିକି ସେବାୟତମାନେ ଅଟକାଇଥିଲେ ମଧ୍ଯ ନିଜକୁ ଆର୍ମିରେ ଅଛି ବୋଲି କହି ଜୋର ଜବରଦସ୍ତ ମନ୍ଦିର ଭିତରକୁ ପଶି ଘଣ୍ଟ ବଜାଇବା ସହ ବୁଲିଥିଲେ । କିଛି ସମୟ ପରେ ମନ୍ଦିର କର୍ମଚାରୀ ତାଙ୍କୁ ମନ୍ଦିର କାର୍ଯ୍ୟାଳୟକୁ ଆଣିଥିଲେ ମଧ୍ଯ ଚତୁରତାର ସହ ଖସି ପଳାଇଥିବା ଜଣାପଡିଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆରଡି ଫାଣ୍ଡିରେ ଅଭିଯୋଗ ହେବା ପରେ ପୋଲିସ ସିସିଟଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି । ପୋଲିସ କି ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ