ETV Bharat / state

ତେଜିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ବିଧାୟକଙ୍କ ଘର ଆଗରେ ବିକ୍ଷୋଭ - ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି

ଭଦ୍ରକ ଜିଲ୍ଲାରେ ଜୋର ଧରିଛି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ଅଧିକ ପଢନ୍ତୁ...

ବିଧାୟକଙ୍କ ଘର ଆଗରେ ବିକ୍ଷୋଭ
ବିଧାୟକଙ୍କ ଘର ଆଗରେ ବିକ୍ଷୋଭ
author img

By

Published : Feb 11, 2021, 2:24 PM IST

ଭଦ୍ରକ: ଜିଲ୍ଲାରେ ବିପର୍ଯ୍ୟୟ ହୋଇପଡିଛି ସ୍ବାସ୍ଥ୍ୟ ସେବା। ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଏନେଇ ଆଜିଠାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରର୍ଦଶନ କରୁଛି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି।

ତେଜିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି

କିଛି ଦିନ ତଳେ ରାଜ୍ୟରେ ତିନୋଟି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ଭଦ୍ରକବାସୀ ବହୁ ଆନ୍ଦୋଳନ,ଧର୍ମଘଟ ଓ ନିବେଦନ ରଖିଥିଲେ ମଧ୍ୟ ଭଦ୍ରକ ଜିଲ୍ଲାକୁ ବାଦ କରିଛନ୍ତି ସରକାର। ନିର୍ବାଚନ ସମୟରେ ବହୁ ପ୍ରତିଶୃତି ରାଜନେତାମାନେ ଦେଇଥିଲେ । ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ତାହା ପାଣି ଫୋଟକା ଭଳି ମିଳେଇ ଯାଇଛି ବୋଲି କହିଛନ୍ତି ପ୍ରତିବାଦକାରୀ ।

ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠା ପାଇଁ ଦାବି ଦିନକୁ ଦିନ ତେଜିବାରେ ଲାଗିଛି। ଏନେଇ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ 13 ତାରିଖ ଦିନ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିବା ନେଇ ସୂଚନା ମିଳିଛି। ଯେ ପର୍ଯ୍ୟନ୍ତ ଭଦ୍ରକ ଜ଼ିଲ୍ଲାରେ ସରକାରୀ ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା ନ କରାଯାଇଛି ସେ ପର୍ଯ୍ୟନ୍ତ ଧାରଣା, ଧର୍ମଘଟ ଓ ପ୍ରତିବାଦର ସ୍ବର ଜାରି ରହିବ ବୋଲି କହିଛନ୍ତି ବିକ୍ଷୋଭକାରୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.