ETV Bharat / state

ଧିମେଇଛି ସାଳନ୍ଦୀ ନଦୀ ପୋଲ ନିର୍ମାଣ କାର୍ଯ୍ୟ, ହନ୍ତସନ୍ତ ସହରବାସୀ

ଧିମେଇଛି ଭଦ୍ରକ ସହର ସାଳନ୍ଦୀ ନଦୀ ପୋଲ ନିର୍ମାଣ କାର୍ଯ୍ୟ । ଭିତ୍ତିପ୍ରସ୍ତର ସ୍ଥାପନକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ପୋଲ କାମଟି ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

delay in construction of salandi bridge publice faced problem in bhadrak
ଧିମେଇଛି ସାଳନ୍ଦୀ ନଦୀ ପୋଲ ନିର୍ମାଣ କାର୍ଯ୍ୟ, ହନ୍ତସନ୍ତ ସହରବାସୀ
author img

By

Published : Dec 4, 2022, 4:47 PM IST

ଭଦ୍ରକ: ଗମନାଗମନର ସୁବିଧା ନିମନ୍ତେ ରାସ୍ତା ହେଉ କି ପୋଲ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଠିକ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଯାହାର ବାସ୍ତବ ଚିତ୍ର ଭଦ୍ରକ ସହରରେ ଦେଖିବାକୁ ମିଳିଛି । ଭଦ୍ରକ ସହରରୁ କୁଆଁସ ଅଞ୍ଚଳକୁ ଯିବା ପାଇଁ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ନୂତନ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଭିତ୍ତିପ୍ରସ୍ତର ସ୍ଥାପନ ପାଖାପାଖି ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ପୋଲ କାମଟି ସମ୍ପୂର୍ଣ୍ଣ ହୋଇପାରିନାହିଁ ।

ଧିମେଇଛି ସାଳନ୍ଦୀ ନଦୀ ପୋଲ ନିର୍ମାଣ କାର୍ଯ୍ୟ

ଭଦ୍ରକ ସହରରେ ବହି ଯାଇଛି ସାଳନ୍ଦୀ ନଦୀ । ଗୋଟିଏ ପଟେ ଟାଉନ ଥାନା ଓ ବଙ୍କସାହି । ଅନ୍ୟପଟେ କୁଆଁସ ଓ ପୁରୁଣା ବଜାରକୁ ରାସ୍ତା । ପୂର୍ବରୁ ଥିବା ପୋଲ ଉପରେ ଲୋକ ମାନେ ଯା'ଆସ କରୁଥିଲେ । ପୋଲଟିର କୌଣସି ବୈଷୟିକ ତୃଟି ଥିବା କାରଣରୁ ପୋଲଟି ଭଙ୍ଗାଯାଇଥିଲା । ପରେ ଯାହାକି ପ୍ରାୟ 6 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ 25 ମାର୍ଚ୍ଚ 2021ରେ ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ୱାରା ନୂତନ ପୋଲ ପାଇଁ ଶିଳାନ୍ୟାସ କରାଯାଇଥିଲା । ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପୋଲଟିର କାର୍ଯ୍ୟ ଆରମ୍ଭ ହେଲା । ନୂତନ ପୋଲଟି ନିର୍ମାଣ ହେଉଥିବାରୁ ଲୋକମାନେ ମଧ୍ଯ ଖୁସି ହୋଇଥିଲେ । କିନ୍ତୁ ସେହିଦିନ ଠାରୁ କାମ ଆରମ୍ଭ ହେଲା ଯେ 2022 ସରିବାକୁ ବସିଲା, କିନ୍ତୁ ସବୁ ପିଲର ଠିଆ ହୋଇ ପାରିଲା ନାହିଁ । ଏବେ ଠିକାଦାରଙ୍କ ଦେଖା ନାହିଁ କିନ୍ତୁ କିଛି ଶ୍ରମିକଙ୍କୁ ନେଇ ମନ୍ଥର ଗତିରେ ପୋଲ ନିର୍ମାଣ ଚାଲୁଛି ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।

ପୋଲ କାମ ସରିନଥିବାରୁ ଲୋକମାନେ ଯା'ଆସ କରିବାରେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । କୌଣସି ଅତ୍ୟାବଶ୍ୟକୀୟ ଜିନିଷ ପାଇଁ ହେଉ କି ମେଡିକାଲ ଅବା ପିଲାମାନେ ସ୍କୁଲ ଯିବା ପାଇଁ ମାତ୍ର ଦୁଇ ଶହ ମିଟର ରାସ୍ତା ଭଦ୍ରକ ସହରକୁ ଯିବାକୁ ଥିବାବେଳେ ବର୍ତମାନ ତିନି କିଲୋମିଟର ବୁଲି ବୁଲି ଲୋକମାନେ ଭଦ୍ରକ ସହରକୁ ଯାଉଛନ୍ତି । ପୋଲ ନିର୍ମାଣ ଶୀଘ୍ର ସାରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭଦ୍ରକ ଟାଉନରୁ ପୁରୁଣା ବଜାର ଅଞ୍ଚଳକୁ ଯିବା ଆସିବା ପାଇଁ ଏହି ପୋଲଟି ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କାମ ଅତି ମନ୍ଥର ଗତିରେ ଚାଲୁଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ସମୟରେ ଆପ୍ରୋଚ ରୋଡ଼ରେ ଲୋକେ ଯେନ ତେନ ପ୍ରକାରରେ କଷ୍ଟରେ ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବର୍ଷା ସମୟରେ ହିନସ୍ତା ହେଉଛନ୍ତି ଲୋକେ। ଆପ୍ରୋଚ ରୋଡ଼ଟି ଖାଲୁଆ ହୋଇଥିବାରୁ, ସବୁ ଲୋକେ ଯିବା ଆସିବା କରି ପାରୁନାହାନ୍ତି ।

ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଏନେଇ ଜିଲ୍ଲାପାଳ କହିଛନ୍ତି, " ବର୍ତ୍ତମାନ ଜୋରଦାର କାମ ଆରମ୍ଭ ହେବ । କିଛି କାରଣ ବଶତଃ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିଲା ।" 2023 ମାର୍ଚ୍ଚ ଶେଷ ଆଡକୁ ପୋଲ ନିର୍ମାଣ ଶେଷ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏହି ପୋଲ ନିର୍ମାଣ ନେଇ ଏବେ ପ୍ରଶାସନ ପକ୍ଷରୁ ଦେଖାଯାଇଥିବା ତତ୍ପରତା କେତେଦୂର କାର୍ଯ୍ୟକାରୀ ହେବ, କେବେ ସମ୍ପୃକ୍ତ ଠିକାଦାର ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.