ଭଦ୍ରକ: ଧାମନଗର ଥାନା ରାମରାକୁଳ ଗ୍ରାମର କୋଚିଳା ନଦୀ ପଠାରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଏହି ମୃତ ଦେହଟିକୁ ଦେଖି ଧାମନଗର ପୋଲିସକୁ ଖବର ଦେଇଥିଲେ। ତେବେ ଏହି ମୃତଦେହଟି ଯାଜପୁର ଜିଲ୍ଲା ବରାହନାଥ ନଗରର ଅମୂଲ୍ୟ ଦିକ୍ଷିତଙ୍କର ବୋଲି ଜଣାପଡିଛି।
ସୂଚନାନୁଯାୟୀ, ଅମୂଲ୍ୟ ବୈତରଣୀ ନଦୀକୁ ଗତ ଗୁରୁବାର ଶୌଚ ହେବାକୁ ଯାଇଥିଲେ। ସେହି ଦିନଠାରୁ ସେ ନିଖୋଜ ଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ଧାମନଗର ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ