ଭଦ୍ରକ: ଓଡିଶା ଅତିକ୍ରମ କରିଛି ବୁଲବୁଲ । ଛାଡି ଯାଇଛି ଅକୁହା ଦୁଃଖ । ପ୍ରଭାବରେ ଜିଲ୍ଲାରେ ଥିବା 2 ଲକ୍ଷ 61ହଜାର ହେକ୍ଟର ଜମିରେ ପଶିଛି ପାଣି । ଏବେ ଚିନ୍ତାରେ ଚାଷୀ । ତେବେ କିପରି ରହିଛି ଭଦ୍ରକର ଚାଷ ଜମିରେ ଅବସ୍ଥା, ଦେଖନ୍ତୁ ଆମର ରିପୋର୍ଟ ।
ବୁଲବୁଲର ପ୍ରଭାବରେ ଶୁକ୍ରବାରଠାରୁ ଜିଲ୍ଲାରେ ଲାଗି ରହିଥିଲା ପବନ ସହ ବର୍ଷା । ପ୍ରଭାବରେ ଚାଷଜମିରେ ପାଣି ପଶିବା ସହ କିଛି ସ୍ଥାନରେ ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । କେତେକ ଚାଷୀ ଏବେ କୂଳ ବେଉଷା ବୁଡିବା ଭୟରେ ଦାଦନ ଖଟିବାକୁ ମଧ୍ୟ ନିଷ୍ପତ୍ତି ନେଇଥିବା ଦେଖାଯାଇଛି । ବାତ୍ୟା ଫନି ପରେ ବହୁ କଷ୍ଟରେ ଚାଷୀ ଅଣ୍ଟା ସଳଖିଥିବା ବେଳେ ଏବେ ପୁଣି ବୁଲବୁଲ ଯୋଗୁଁ ଭାଙ୍ଗିଛି ଚାଷୀଙ୍କ ମେରୁଦଣ୍ଡ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ