ETV Bharat / state

ହାତଗଣ୍ଠି ପଡିବା ପୂର୍ବରୁ ବିବାହ ବନ୍ଦ କଲେ ସିଡବ୍ଲୁସି - ନାବାଳିକା ବିବାହ ଉଦ୍ୟମ ପଣ୍ଡ

ନାବାଳିକା ବିବାହ ଉଦ୍ୟମ ପଣ୍ଡ । ନାବାଳିକା ବିବାହ ରୋକିବାରେ ସଫଳ ହୋଇଛନ୍ତି ସିଡବ୍ଲୁସି ଅଧିକାରୀ ।

ହାତଗଣ୍ଠି ପଡିବା ପୂର୍ବରୁ ବିବାହ ବନ୍ଦ କଲେ ସିଡବ୍ଲୁସି

author img

By

Published : Jul 2, 2020, 7:35 PM IST

Updated : Jul 2, 2020, 7:44 PM IST

ଭଦ୍ରକ: ବିବାହ ପୂର୍ବରୁ ନାବାଳିକା ଉଦ୍ଧାର । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତରେ। ଖବର ଅନୁଯାୟୀ ଜୟପୁର ଗ୍ରାମର ଶମ୍ବୁନାଥ ସାହୁଙ୍କ ନାବାଳିକା ଝିଅର ନିକଟସ୍ଥ ବ୍ରାହ୍ମଣ ଗାଁରେ ବିବାହ ହେବାକୁ ଯାଉଥିଲା । ଏନେଇ ବାସୁଦେବପୁର ରାଧାକୃଷ୍ଣ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଥିଲା । କିନ୍ତୁ ଶେଷ ମୁର୍ହୁତ୍ତରେ ସବୁ ହୋଇଯାଇଥିଲା ଓଲଟପାଲଟ । କନ୍ୟା ନାବାଳିକା ହୋଇଥିବା ଜାଣି ବିବାହ ସ୍ଥଳରେ ପହଞ୍ଚିଥିଲେ ସିଡବ୍ଲୁସି ଅଧିକାରୀ ।

ହାତଗଣ୍ଠି ପଡିବା ପୂର୍ବରୁ ବିବାହ ବନ୍ଦ କଲେ ସିଡବ୍ଲୁସି

ବିବାହ ପାଇଁ ଯାଉଥିବା ଝିଅର ବୟସ ପ୍ରମାଣ ପତ୍ର ଦେଖିବା ପାଇଁ ଚାହିଁଥିବା ବେଳେ ଘରର ଲୋକମାନେ ଶେଷ ପର୍ଯ୍ୟନ୍ତ ତାହା ଦେଖାଇବାରେ ସମର୍ଥ ହୋଇପାରିନଥିଲେ । ଅପରପକ୍ଷରେ ଆଧାର କାର୍ଡରେ ଝିଅ ସାବାଳିକା ହୋଇଥିବା ଦର୍ଶାଇ ଥିଲେ । ଶେଷରେ ସିଡବ୍ଲୁସି ଅଧିକାରୀ ଏବଂ ସିଡିପିଓ ପୋଲିସ ସହାୟତାରେ ଝିଅକୁ ସେମାନଙ୍କ ହେଫାଜତକୁ ଆଣିଥିଲେ । ସାବାଳିକା ହୋଇଥିବାର ଉପଯୁକ୍ତ ବୟସ ପ୍ରମାଣ ପତ୍ର ଦାଖଲ ନକରି ପାରିଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jul 2, 2020, 7:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.