ଭଦ୍ରକ: ଭଦ୍ରକରେ ବ୍ୟାପୁଛି କୋରୋନା । ସ୍ଥାନୀୟ ସଂକ୍ରମଣ ଏବେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। 25 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 652ରେ ପହଞ୍ଚିଛି। ଚିହ୍ନଟ 25 ଜଣଙ୍କ ମଧ୍ୟରୁ 6 ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳ 19 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 549 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
![covid cases increase in bhadrak](https://etvbharatimages.akamaized.net/etvbharat/prod-images/8265594_bhadrak.jpg)
ଯାହାକି ଗତ 24 ଘଣ୍ଟା ମଧ୍ୟରେ 31 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଏପର୍ଯ୍ୟନ୍ତ 101 ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ମୋଟ 19149 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ