ETV Bharat / state

ରିଲିଫ ବଣ୍ଟନରେ ବ୍ୟାପକ ଦୁର୍ନୀତି, ବିଡିଓଙ୍କୁ ଅଭିଯୋଗ କଲେ ବନ୍ୟା ପୀଡିତ

author img

By

Published : Sep 15, 2020, 7:56 AM IST

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ରିଲିଫ ବଣ୍ଟନକୁ ନେଇ ବ୍ୟାପକ ଦୁର୍ନୀତି । ଏନେଇ ବିଡିଓଙ୍କୁ ଭେଟି ଅଭିଯୋଗ କରିବା ସହିତ ଦୁର୍ନୀତିରେ ଜଡିତ କର୍ମଚାରୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବନ୍ୟା ପୀଡିତ ଲୋକେ। ଅଧିକ ପଢନ୍ତୁ...

corruption in the distribution of relief
ରିଲିଫ ବଣ୍ଟନରେ ବ୍ୟାପକ ଦୁର୍ନୀତି, ବିଡିଓଙ୍କୁ ଅଭିଯୋଗ କଲେ ବନ୍ୟା ପୀଡିତ

ଭଦ୍ରକ: ଜିଲ୍ଲାର ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ରିଲିଫ ବଣ୍ଟନକୁ ନେଇ ବ୍ୟାପକ ଦୁର୍ନୀତି । ଖବର ଅନୁଯାୟୀ ଏହି ପଞ୍ଚାୟତର କେବଳର ଗୁଡୁପାଳ ଗାଁର ୪ଟି ୱାର୍ଡର ୪୦୨ ଜଣ ବିପନ୍ନଙ୍କୁ ରିଲିଫ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ହୋଇଛି । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ପରିବାର ପିଛା ୫୦ କିଲୋଗ୍ରାମ ଚାଉଳ ପ୍ରଦାନ କରିବା ବଦଳରେ ଏଠାରେ ମିଳିଛି ୪୧ରୁ ୪୪ କିଲୋଗ୍ରାମ ଏବଂ ୫ ଶହ ଟଙ୍କା ବଦଳରେ ମିଳୁଛି ୪୪୦ ଟଙ୍କା।

ଏନେଇ ବିପନ୍ନମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ବିଡିଓଙ୍କୁ ଭେଟି ଅଭିଯୋଗ କରିବା ସହିତ ଦୁର୍ନୀତିରେ ଜଡିତ କର୍ମଚାରୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବନ୍ୟା ପୀଡିତ ଲୋକେ। ଅଭିଯୋଗ ପରେ ବିଡିଓ ପଞ୍ଚାୟତ ଗସ୍ତ କରିଥିବା ଜଣାପଡିଛି। ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ବିଡିଓ । ହେଲେ ଗଣମାଧ୍ୟମ ଆଗରେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.