ETV Bharat / state

ସମ୍ପାଦକ ଓ DEOଙ୍କୁ ନିଲମ୍ବନ ସହ ବହିଷ୍କାର ବିରୁଦ୍ଧରେ ଭଦ୍ରକରେ ପ୍ରତିବାଦ

author img

By

Published : Dec 16, 2021, 12:24 PM IST

ଭଦ୍ରକ ଜିଲ୍ଲା ସମବାୟ ସମିତି ସହକାରୀ ନିବନ୍ଧଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଙ୍ଘର ପ୍ରତିବାଦ।

ସମ୍ପାଦକ ଓ ଡିଇଓଙ୍କୁ ନିଲମ୍ବନ ସହ ବହିଷ୍କାର ବିରୁଦ୍ଧରେ ଭଦ୍ରକରେ ପ୍ରତିବାଦ

ଭଦ୍ରକ: ଜିଲ୍ଲା ସମବାୟ ସମିତି ସହକାରୀ ନିବନ୍ଧଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଙ୍ଘର ପ୍ରତିବାଦ । ବିଭାଗୀୟ ଅଧିକାରୀଙ୍କ ଆକ୍ରୋଶମୂଳକ କାର୍ଯ୍ୟ ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ଦାବି ସମୂହକୁ ନେଇ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁନଥିବାରୁ ଆନ୍ଦୋଳନକୁ ତୀବ୍ରତର କରିଛି ସେବା ସମବାୟ ସମିତି କର୍ମଚାରୀ ସଙ୍ଘ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଚାଷୀଙ୍କ ପଞ୍ଜିକରଣରେ ବୈଷୟିକ ତ୍ରୁଟି ଓ କୋଭିଡ ଯୋଗୁଁ କିଛି ଚାଷୀଙ୍କର ବିଳମ୍ବିତ ପଞ୍ଚିକରଣ ଆବେଦନ ପାଇଁ ଭଦ୍ରକ ଜିଲ୍ଲା ସମବାୟ ସର୍କଲ ଅଧୀନରେ ରହିଥିବା 108 ଟି ପ୍ୟାକ୍ସରେ ପ୍ରାୟ 700 ରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ । ଏହି ବାଦ ପଡ଼ିଥିବା ଚାଷୀଙ୍କ ସମସ୍ୟାର ସମାଧାନ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ବିଭାଗୀୟ ଅଧିକାରୀ ବାଦ ପଡ଼ିଥିବା ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଆକ୍ରୋଶମୂଳକ କିଛି ସମ୍ପାଦକ ଓ ଡିଇଓମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସୁରୂପ ସେମାନଙ୍କୁ ଚାକିରିରୁ ନିଲମ୍ବନ ସହ ବହିଷ୍କାର କରିଥିଲେ ।

ତେବେ ଏହି ନିଲମ୍ବନ ଓ ବହିଷ୍କାରକୁ ଅଗଣତାନ୍ତ୍ରିକ ଦର୍ଶାଇ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସେବା ସମବାୟ ସମିତିର କର୍ମଚାରୀ । ତୁରନ୍ତ କର୍ମଚାରୀମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନହେଲେ ସମସ୍ତ ସେବା ସମବାୟ ସମିତିରେ ତାଲା ପକାଇବାକୁ କର୍ମଚାରୀ ସଙ୍ଘ ଚେତାବନୀ ଦେଇଛି । ଯଦି ସମିତି କର୍ମଚାରୀଙ୍କ ଦାବିକୁ ନେଇ ବିଭାଗୀୟ ଅଧିକାରୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକରନ୍ତି, ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.