ଭଦ୍ରକ: ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ ଧକ୍କାରେ ଜଣେ କନେଷ୍ଟବଳ ଗୁରୁତର । ଜିଲ୍ଲା ସାବରଙ୍ଗ ଫାଣ୍ଡି ଏରଡା ଅଞ୍ଚଳରେ ଯାଞ୍ଚ କରାଯିବା ସମୟରେ ପିକ ଭ୍ୟାନକୁ ଅଟକାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି କନେଷ୍ଟବଳ । ତେବେ ଡ୍ୟୁଟିରେ ଥିବା ଅନ୍ୟ ତିନିଜଣ ପୋଲିସ କର୍ମଚାରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନାଯୋଗ୍ୟ, ଏକ ପିକଅପ ଭ୍ୟାନରେ କୋଇଲା ବୋଝେଇ ହୋଇଥିବାର ଖବର ପାଇବା ପରେ ଗାଡିକୁ ଅଟକାଇବାକୁ ଚେଷ୍ଚା କରିଥିଲା ପୋଲିସ । କିନ୍ତୁ ଗାଡିଟି ଫେରାର ହେବାକୁ ଚେଷ୍ଟା କରିବାକୁ ଯାଇ ଭାରସାମ୍ୟ ହରାଇଥିଲା । ଫଳରେ ପାଖରେ ଥିବା ଜଣେ କନେଷ୍ଟବଳ ରଜତ ପାଣିଗ୍ରାହୀଙ୍କ ଉପରେ ମାଡିଯାଇଥିଲା ।
ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର। ଦୁର୍ଘଟଣାଗ୍ରସ୍ତ କୋଇଲା ବୋଝେଇ ଗାଡିକୁ ପୋଲିସ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ