ETV Bharat / state

‘ଭଦ୍ରକ ପ୍ରଶାସନ ଦେଉଛି ଭୁଲ ସୂଚନା’ - Covide guideline management issue in bhadrak

ଭଦ୍ରକ ଜିଲ୍ଲାରେ ସରକାରଙ୍କ କୋଭିଡ଼ 19 ଗାଇଡଲାଇନ ପରିଚାଳନା କ୍ଷେତ୍ରରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଖାମ୍‌ଖିଆଲି ନୀତି ଅବଲମ୍ବନ କରୁଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଭଦ୍ରକ ପ୍ରଶାସନ ଦେଉଛି ଭୁଲ ସୂଚନା
ଭଦ୍ରକ ପ୍ରଶାସନ ଦେଉଛି ଭୁଲ ସୂଚନା
author img

By

Published : Jul 9, 2020, 7:06 PM IST

ଭଦ୍ରକ: କୋଭିଡ ଗାଇଡଲାଇନ ପରିଚାଳନାରେ ସରକାର ଖାମଖିଆଲି ନୀତି ଅବଲମ୍ବନ କରୁଛନ୍ତି । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଭଦ୍ରକ ବ୍ଲକ ଓ ପୌରପାଳିକା ଅଧିବାସୀ । ପ୍ରଶାସନ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରଶାସନକୁ ଟାର୍ଗେଟ କରିଛି ଦଳ ।

ଭଦ୍ରକ ପ୍ରଶାସନ ଦେଉଛି ଭୁଲ ସୂଚନା

ଜିଲ୍ଲା କଂଗ୍ରେସର ଅଭିଯୋଗ ଅନୁଯାୟୀ, ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା- 9083/ଏମ୍‌ରଜେନ୍‌ସି, ଅନୁଯାୟୀ 27 ନମ୍ବର ୱାର୍ଡ ସ୍ଥିତ ଡି.ଏନ. ବାଳିକା ଉଚ୍ଚ ବିଦ୍ୟାଳୟକୁ କଣ୍ଟେନମେଣ୍ଟଜୋନ ଏବଂ 27 ନମ୍ବର ୱାର୍ଡକୁ ବଫରଜୋନ ଘୋଷଣା କରାଯାଇଛି । ମାତ୍ର ବାସ୍ତବରେ ଏହି ବିଦ୍ୟାଳୟଟି 27 ନମ୍ବର ୱାର୍ଡରେ ହୋଇ ନଥିବା ବେଳେ ଏହା 26 ନମ୍ବର ୱାର୍ଡରେ । ଯାହା ଫଳରେ 27 ନମ୍ବର ୱାର୍ଡବାସୀ ପ୍ରଶାସନିକ କଟକଣାର ଯନ୍ତ୍ରଣା ଭୋଗୁଥିବା ବେଳେ ପଜିଟିଭ ବାହାରିଥିବା ଅଞ୍ଚଳ ଖୋଲାମେଲା ରହିଛି ।

ସେହିପରି ନାରାୟଣଚନ୍ଦ୍ର ହାଇସ୍କୁଲ 21 ନମ୍ବର ୱାର୍ଡରେ ହୋଇଥିବା ବେଳେ ସରକାରୀ ରିପୋର୍ଟରେ ତାହାକୁ 27 ନମ୍ବର ୱାର୍ଡ ବୋଲି ଦର୍ଶାଯାଇଛି । ଫଳରେ 21 ନମ୍ବର ୱାର୍ଡ ଖୋଲାମେଲା ରହିଛି । ଏହା ବ୍ୟତୀତ ଭଦ୍ରକ ବ୍ଲକ ଚଣ୍ଡିଗାଁ ପଞ୍ଚାୟତ ସ୍ଥିତ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ମାତ୍ର 9 ଦିନ ରଖି ତାଙ୍କୁ ଘରକୁ ଛାଡି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଯେଉଁମାନଙ୍କୁ ଛାଡି ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ପଜିଟିଭ ଚିହ୍ନଟ ହେଉଛନ୍ତି । ସଂପୃକ୍ତ ପ୍ରବାସୀ ସଂଗରୋଧ କେନ୍ଦ୍ରରୁ ବାହରିଗଲା ପରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉନାହିଁ ।

କିନ୍ତୁ ପ୍ରଶାସନ ପକ୍ଷରୁ ସେମାନେ ସଂଗରୋଧରେ ରହିଥିବା ନେଇ କିପରି ସୂଚନା ପ୍ରଦାନ କରାଯାଇଛି ବୋଲି ଦଳ ପ୍ରଶ୍ନ ଉଠାଇଛି । ଏଥିସହ ଅଧିକାଂଶ ସଂଗେରୋଧ କେନ୍ଦ୍ରର ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର । କେତେକ ସଂଗରୋଧ କେନ୍ଦ୍ରରେ ପାନୀୟ ଜଳ ସୁବିଧା ନାହିଁ ତ କେଉଁଠି ପାଇଖାନାର ସୁବିଧା ନାହିଁ । ଯାହା ଫଳରେ ସେମାନେ ସଂଗରୋଧ କେନ୍ଦ୍ର ଛାଡି ପଳାଇ ଯାଉଛନ୍ତି ବୋଲି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହିତ ଏହା ପ୍ରଶାସନର ଖାମ୍‌ଖିଆଲୀ ନୀତି ବୋଲି କହିଛନ୍ତି ।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ସମେତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ ଓ ପୂର୍ବତନ କାଉନସିଲର ପ୍ରମୁଖ କୋଭିଡ଼ 19 ଗାଇଡ ଲାଇନ ପରିଚାଳନାରେ ରହିଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନହେଲେ କଂଗ୍ରେସ ଏହାର ପ୍ରତିବାଦ କରିବାକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.