ETV Bharat / state

ଶିଶୁ ଅପହରଣ ଓ ନିର୍ଯାତନା ପ୍ରତିବାଦରେ କଂଗ୍ରେସର ଗଣଧାରଣା - ରାଜ୍ୟର ଶିଶୁ ଅପହରଣ ଓ ନିର୍ଯାତନା ପ୍ରତିବାଦରେ କଂଗ୍ରେସ

ରାଜ୍ୟର ଶିଶୁକନ୍ୟା, ଶିଶୁପୁତ୍ରଙ୍କୁ ଅପହରଣ, ନିର୍ଯାତନା, ଧର୍ଷଣ, ହତ୍ୟା ଭଳି ଜଘନ୍ୟ ଘଟଣାକୁ ପ୍ରତିବାଦ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । ରାଜ୍ୟର ଶିଶୁ ଅପହରଣ ଓ ନିର୍ଯାତନା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଆଗରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

congress protest in front of bhadrak sp office
ରାଜ୍ୟର ଶିଶୁ ଅପହରଣ ଓ ନିର୍ଯାତନା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଆଗରେ ଗଣଧାରଣା
author img

By

Published : Dec 22, 2020, 8:07 PM IST

ଭଦ୍ରକ: ରାଜ୍ୟର ଶିଶୁ ଅପହରଣ ଓ ନିର୍ଯାତନା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଆଗରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଣଧାରଣା । ରାଜ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ରାଜ୍ୟର ଶିଶୁ ଅପହରଣ ଓ ନିର୍ଯାତନା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଆଗରେ ଗଣଧାରଣା

ରାଜ୍ୟରେ ବର୍ତ୍ତମାନ ଶିଶୁ ନିଖୋଜ ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ । ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା ସଂପ୍ରତି ଅଭିଭାବକ, ପରିବାରବର୍ଗ ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ହେଇଛି। ପରୀ, ସ୍ବାତୀ, ପିହୁ, ଆୟୁଷ ପରି କୁନି କୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳ ବିଶେଷରେ ଧର୍ଷଣ ଓ ହତ୍ୟା କରିବା ଘଟଣା ଅତ୍ୟନ୍ତ ବର୍ବୋରଚିତ। ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି ପୁଲିସର ଅତ୍ୟନ୍ତ ମନ୍ଥର ତଦନ୍ତ ଉପରେ ଜନସାଧାରଣଙ୍କର ବି ଭରସା ନାହିଁ । ମୋଟାମୋଟି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟର ଶିଶୁକନ୍ୟା, ଶିଶୁପୁତ୍ରଙ୍କୁ ଅପହରଣ, ନିର୍ଯାତନା, ଧର୍ଷଣ, ହତ୍ୟା ଭଳି ଜଘନ୍ୟ ଘଟଣାକୁ ପ୍ରତିବାଦ କରିଥିଲା ଜିଲ୍ଲା କଂଗ୍ରେସ ।

ଅନ୍ୟପକ୍ଷରେ ଘରୋଇ ହିଂସା, ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ଭାବେ ଉଭା ହୋଇଛି । ନାରୀ ନିର୍ଯାତନା, ନାବାଳିକାକୁ ଅପହରଣ, ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଏବଂ ଚୋରି, ଡକାୟତି, ଛିନ୍‌ତାଇ ଆଦି ଅପରାଧ ସଂଖ୍ୟା ପ୍ରତିବର୍ଷ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତ । ଏହି ପ୍ରତିବାଦ ସଭାରେ ବିଭିନ୍ନ ଛାମୁଆ ନେତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଏସ୍‌ପିଙ୍କ ଅନୁପସ୍ଥତିରେ ଅତିରିକ୍ତ ଏସ୍‌ପି ବିକାଶ ଦାଶଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.