ETV Bharat / state

ନିର୍ମାଣାଧୀନ ସେତୁ କାମ ସାରିବାକୁ କଂଗ୍ରେସର ରେଳ ରୋକ - କଂଗ୍ରେସର ରେଳ ରୋକ୍‌

ନିର୍ମାଣାଧୀନ ବାଂଶଡା ସେତୁର କାର୍ଯ୍ୟାଦେଶ ଶେଷ ଦାବିରେ କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ରେଳ ରୋକ କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ଓ ଆଦାନୀ ପାର୍ଟିର କର୍ମଚାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Nov 15, 2019, 11:52 PM IST

ଭଦ୍ରକ: ଅଧାରେ ଅଟକିଛି ବାଂଶଡ଼ା ସେତୁ । ନିର୍ମାଣାଧୀନ ସେତୁର କାର୍ଯ୍ୟାଦେଶ ଶେଷ ହୋଇପାରୁନଥିବାରୁ ଏହାର ପ୍ରତିବାଦ କରି କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ରେଳ ରୋକ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମନ୍ତେଇ ନଦୀ ଉପରେ ବାଂଶଡ଼ା ସେତୁ ପାଇଁ ଟେଣ୍ଡର ହେବା ପରେ ପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଦୀର୍ଘ ଦିନ ହେବ ବାଂଶଡ଼ା ସେତୁ ବିଭିନ୍ନ ପ୍ରତିବନ୍ଧକ କାରଣରୁ ଏଯାଏ କାର୍ଯ୍ୟ ଶେଷ ହୋଇପାରୁନାହିଁ । ତେବେ ସେତୁର କାର୍ଯ୍ୟାଦେଶ ଶେଷ କରିବା ପାଇଁ ବହୁବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ସ୍ଥାନୀୟବାସୀ ଅବଗତ କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିବାରୁ ଏହାର ପ୍ରତିବାଦ ସ୍ବରୂପ କଂଗ୍ରେସ ଦଳ ପ୍ରତିବାଦ କରିଥିଲା ।

ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଆଦାନୀ ପାର୍ଟିର କର୍ମଚାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏଥି ସହ ପୋଲ କାର୍ଯ୍ୟ ଏକ ମାସ ମଧ୍ୟରେ ଆରମ୍ଭ କରି 6 ମାସ ମଧ୍ୟରେ ଶେଷ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : PROTEST FOR BRIDGE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 15.11.2019

ANCHOR : ଅଧାରେ ଅଟକିଛି ବାଂଶଡ଼ା ସେତୁ। ନିର୍ମାଣଧିନ ସେତୁର କାର୍ଯ୍ୟାଦେଶ ଶେଷ ହୋଇପାରୁନଥିବାରୁ ଏହାର ପ୍ରତିବାଦ କରି କଂଗ୍ରେସ ଦଳ ପକ୍ଷରୁ ଆଜି ରେଳ ରୋକ କରାଯାଇଥିଲା। ସେତୁର କାର୍ଯ୍ୟଦେଶ ଶେଷ କରିବା ପାଇଁ ବହୁବାର ବିଭାଗୀୟ ଅଧିକାରୀ ଙ୍କ ଠରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ସ୍ଥାନୀୟ ବାସୀ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଏହାର ପ୍ରତିବାଦ ସୂରୁପ କଂଗ୍ରେସ ଦଳ ଆଜି ପ୍ରତିବାଦ କରିଥିବା ଜଣାପଡିଛି। ମନ୍ତେଇ ନଦୀ ଉପରେ ବାଂଶଡ଼ା ସେତୁ ପାଇଁ ଟେଣ୍ଡର ହେବା ପରେ ପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଦିର୍ଘ ଦିନ ହେବ ବାଂଶଡ଼ା ସେତୁ ବିଭିନ୍ନ ପ୍ରତିବନ୍ଦକରେ ରହି ଏଯାଏ କାର୍ଯ୍ୟ ଶେଷ ହୋଇପାରୁନାହିଁ।ସେତୁ କାର୍ଯ୍ୟ ଏବେ ଅଧାଗଡ଼ା ଅବସ୍ଥାରେ ପଡ଼ିରହିଛି। Body:ଘଟଣା ସ୍ଥଳରେ ସ୍ଥାନିୟ ପ୍ରଶାସନ ଓ ଆଦାନୀ ପୋର୍ଟିର କର୍ମଚାରୀ ପହଂଚି ଆନ୍ଦଳନକାରୀ ଙ୍କୁ ବୁଝାସୁଝା କରିବା ସହ ପୋଲକାର୍ଯ୍ୟ ଏକ ମାସ ମଧ୍ୟରେ ଆରମ୍ଭ କରିବା ସହ 6 ମାସ ମଧ୍ୟରେ ଶେଷ କରିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.