ETV Bharat / state

କୃଷି ବିଲ ପ୍ରତ୍ୟାହାର ଦାବିରେ କଂଗ୍ରେସର ପଦଯାତ୍ରା

author img

By

Published : Oct 6, 2020, 10:59 PM IST

କୃଷି ବିଲକୁ କଂଗ୍ରେସର ବିରୋଧ । ଭଦ୍ରକ ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ପଦଯାତ୍ରା ସହ ବିଲ ପ୍ରତ୍ୟାହାର ଦାବିରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ..

କୃଷିବିଲ ପ୍ରତ୍ୟାହାର ଦାବିରେ  କଂଗ୍ରେସ
କୃଷିବିଲ ପ୍ରତ୍ୟାହାର ଦାବିରେ କଂଗ୍ରେସ

ଭଦ୍ରକ: ଜିଲ୍ଲା ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଜୋରଦାର ବିରୋଧ । ଅନୁମୋଦିତ କୃଷି ବିଲକୁ ପ୍ରତ୍ୟାହାର ଦାବିରେ କେନ୍ଦୁଆପଦା ଛକ ଠାରୁ ଏକ ପଦଯାତ୍ରା ବନ୍ତ ବଜାର ପରିକ୍ରମା କରି ବନ୍ତ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଛନ୍ତି ଦଳ କର୍ମୀ ।

କୃଷିବିଲ ପ୍ରତ୍ୟାହାର ଦାବିରେ କଂଗ୍ରେସ

ଏଠାରେ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିବା ଦେଖାଦେଇଛି । କେନ୍ଦ୍ର ଆଣିଥିବା କୃଷି ବିଲ କୃଷକ ମାରଣ ନୀତି ବୋଲି କଂଗ୍ରେସ ନେତା ନିଜ ଉଦବୋଧରେ ଜଣାଇଛନ୍ତି । ତୁରନ୍ତ ଏହି କୃଷି ବିଲ କେନ୍ଦ୍ର ସରକାର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଶେଷରେ ଏ ନେଇ ଏକ ଦାବିପତ୍ର ବନ୍ତ ବିଡିଓଙ୍କୁ ପ୍ରଦାନ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.