ETV Bharat / state

ଭଦ୍ରକରେ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ, ଟାର୍ଗେଟ କଲା କଂଗ୍ରେସ - ଉନ୍ନୟନମୂଳକ ଯୋଜନାରେ ନିମ୍ନମାନର କାର୍ଯ୍ୟ

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ଅଭିଯୋଗ କରିଛି ଭଦ୍ରକ । ଅଧିକ ପଢନ୍ତୁ

congress leader nalinikanta mohanty
congress leader nalinikanta mohanty
author img

By

Published : Jul 12, 2023, 11:45 AM IST

ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ଭଦ୍ରକ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛି ଭଦ୍ରକ କଂଗ୍ରେସ। ଉନ୍ନୟନମୂଳକ ଯୋଜନାରେ ନିମ୍ନମାନର କାର୍ଯ୍ୟ ସହ ବିନା ପିସିରେ କୌଣସି କାର୍ଯ୍ୟ ହେଉ ନଥିବା ମଧ୍ୟ କଂଗ୍ରେସ ଆରୋପ କରିଛି । ତେବେ ନିକଟରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଇଥିବା ମା ଭଦ୍ରକାଳୀ ପୀଠ ପରିସରରେ ଥିବା ପୁଷ୍କରିଣୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ମାତ୍ର କେଇଟା ଦିନ ପରେ ପାଚେରୀ ଭୁଷୁଡ଼ି ପଡିଥିଲା । ଯାହାକି ନିମ୍ନମାନର କାର୍ଯ୍ୟର ଜ୍ୱଳନ୍ତ ଉଦାହରଣ ବୋଲି କଂଗ୍ରେସ କହିଛି । ଏଥିସହ ଭଦ୍ରକ ବ୍ଲକ୍‌ରେ ବିଭାଗୀୟ କାର୍ଯ୍ୟ ନାମରେ ଶାସକ ଦଳ କର୍ମୀଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି କଂଗ୍ରେସ ।

ଅନ୍ୟପକ୍ଷରେ ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବିଶେଷ କରି ବିଧାୟକଙ୍କ ପ୍ରଚ୍ଛଦ ପଟରେ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚାଲିଥିବା ନେଇ କଂଗ୍ରେସ ଅଭିଯୋଗ କରିବା ସହ ଆଗାମୀ ଦିନରେ କଂଗ୍ରେସ ଏହାର କଡ଼ା ଜବାବ ଦେବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଓ ପୌର କାର୍ଯ୍ୟାଳୟରେ ବ୍ୟାପକ କମିଶନ ପିସି କାରବାର ଚାଲିଛି । ତେଣୁ ଅଧିକ ପରିମାରଣର ଅର୍ଥ ବାଟମାରଣା ହେଉଥିବାରୁ ନିର୍ମାଣ କାମ ନିମ୍ନମାନର ହେଉଛି । ଲକ୍ଷଲକ୍ଷ ଟଙ୍କାରେ ମା’ ଭଦ୍ରକାଳୀ ପୀଠ ପରିସରରେ ନିର୍ମିତ ପୋଖରୀର ପାଚେରି ଧସିବା, ଏରଡ଼ାରେ ମଧ୍ୟ ଏକ ପୋଖରୀର ପାଚେରି ଧସିବା ଘଟଣା ନିମ୍ନମାନର କାର୍ଯ୍ୟର ପ୍ରମାଣ ଦେଉଛି । ଇଞ୍ଜିନିୟରିଂ ବିଭାଗରେ ଗୋପନ ଟେଣ୍ଡର ପ୍ରକ୍ରିୟା ଯାହାକି ଏଫ-ଟୁ ଜରିଆରେ ଠିକାଦାରଙ୍କୁ କାମ ବଣ୍ଟା ଯାଉଛି ତେଣୁ ଏହାର ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ନଳିନୀକାନ୍ତ ମହାନ୍ତି କହିଛନ୍ତି।

ସେହିପରି ଉନ୍ନୟନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାର ପ୍ରଚାର କରାଯାଉଥିଲେ ବି ଲୋକଙ୍କ ବହୁ ସମସ୍ୟା ଦେଖିବାକୁ ମିଳିଛି । ପୌରାଞ୍ଚଳର ବିପର୍ଯ୍ୟସ୍ତ ଡ୍ରେନେଜ୍‌ ବ୍ୟବସ୍ଥା, ମୋଚି ଛକରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା, ମହତାବ ଛକରୁ ବାଇପାସ୍ ପର୍ଯ୍ୟନ୍ତ ରାସ୍ତାର ଟେଣ୍ଡର କାହିଁକି ବାତିଲ ହେଲା, ରାସ୍ତାର ଟ୍ରାଫିକ ବ୍ୟବସ୍ଥା କାହିଁକି ବିପର୍ଯ୍ୟସ୍ତ ସେ ସମ୍ପର୍କରେ ବିଧାୟକ ଭଦ୍ରକବାସୀଙ୍କୁ ଉତ୍ତର ରଖନ୍ତୁ ବୋଲି ନଳିନୀକାନ୍ତ ମହାନ୍ତି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ- 'ଆମ ଓଡିଶା ନବୀନ ଓଡିଶା' ରାଜନୀତି; ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ଯୋଜନା କହିଲା କଂଗ୍ରେସ

ଅନ୍ୟପଟେ ‘ଆଇ ଲଭ୍ ଭଦ୍ରକ’ ପଏଣ୍ଟରେ ଲାଗିଥିବା ଆଲୋକ ଏବେ ଜଳୁ ନାହିଁ । ସହରର ମୁଖ୍ୟ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ଡିଭାଇଡର ମଝିରେ ବହୁ ଉଜ୍ଜଳ ଆଲୋକ ଖୁଣ୍ଟିରେ ଲଗାଯାଇଥିବା ଏଲଇଡି ଜଳୁ ନାହିଁ । ଏପଟେ ଭଦ୍ରକରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ଶାସକ ଦଳର ଆଶୀର୍ବାଦ ଯୋଗୁଁ ନିଶା ମାଫିଆଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଯେମିତି ହେବା କଥା ହେଉନାହିଁ । ଏଥିସହ ଦୀର୍ଘଦିନ ଧରି ହେଉଥିବା ଭଦ୍ରକଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ଏବଂ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ କାହିଁକି ଶାସାକ ଦଳ ଦୃଷ୍ଟି ଦେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ନଳିନୀ କାନ୍ତ ମହାନ୍ତି । ତେଣୁ ଏହିପରି ଅନ୍ୟାୟ ତଥା ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଭଦ୍ରକବାସୀଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.