ETV Bharat / state

ବିଧାୟକଙ୍କ ସହ ବ୍ରାଉନସୁଗାର ମାଫିଆଙ୍କ ଲିଙ୍କ ଦର୍ଶାଇ ଇସ୍ତଫା ଦାବି କଲା କଂଗ୍ରେସ

author img

By

Published : Jan 30, 2021, 7:01 PM IST

ବିଧାୟକଙ୍କ ସହିତ ବ୍ରାଉନସୁଗାର ମାଫିଆଙ୍କ ଫଟୋ ଭାଇରାଲ ହେବା ପରେ ସେମାନଙ୍କ ଲିଙ୍କ ଥିବା ଦର୍ଶାଇ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦାବି କରିଛି । ଅଧିକ ପଢନ୍ତୁ...

Congress demands resignation of Bhadrak MLAs for linking with brown sugar smuggler
ବିଧାୟକଙ୍କ ସହ ବ୍ରାଉନସୁଗାର ମାଫିଆଙ୍କ ଲିଙ୍କ ଦର୍ଶାଇ ଇସ୍ତଫା ଦାବି କଲା କଂଗ୍ରେସ

ଭଦ୍ରକ: ଜିଲ୍ଲାରେ ଏବେ ଦୈନିକ ବେଆଇନ ଦେଶୀ ମଦ, ଗଞ୍ଜେଇ ଏବଂ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେପଟେ ଶାସକ ଦଳର ବିଧାୟକଙ୍କ ସହ ବ୍ରାଉନସୁଗାର ମାଫିଆଙ୍କ ଲିଙ୍କ ରହିଥିବା କଂଗ୍ରେସ ଅଭିଯୋଗ କରି ବିଧାୟକଙ୍କ ଇସ୍ତଫା ଦାବି କରିଛି ।

ବ୍ରାଉନସୁଗାର କାରବାରରେ ଗିରଫ ହୋଇଥିବା ମାଫିଆଙ୍କ ସହ ଶାସକ ଦଳର ବିଧାୟକଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏଥିଲାଗି କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟଠାରେ ନଳିନୀ କାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ବିଧାୟକଙ୍କ ଇସ୍ତଫା ଦାବି କରିଛି । ଭଦ୍ରକ ସହରରେ ବେଆଇନ ନିଶା କାରବାର ଏକ ନିତିଦିନିଆ ଘଟଣା ହୋଇଯାଇଛି। ପୋଲିସ ଯେଉଁ ମାନଙ୍କୁ ଗିରଫ କରୁଛି ଓ ଗାଡି, ମୋବାଇଲ ଜବତ କରୁଛି, ସେ ସମ୍ପର୍କରେ ଅଧିକ ତଦନ୍ତ ହେଉ ନଥିବାରୁ ସେମାନଙ୍କ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇପାରୁନାହିଁ ବୋଲି ଦଳ ଅଭିଯୋଗ କରିଛି ।

ତେଣୁ ପୋଲିସ ଏଦିଗରେ ଅଧିକ ତଦନ୍ତ କରିବା ସହିତ ବିଧାୟକଙ୍କ ସହିତ ମାଫିଆମାନଙ୍କ କ'ଣ ସମ୍ପର୍କ ଅଛି ତାହା ବିଧାୟକ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି । ମାଫିଆଙ୍କ ସହିତ ବିଧାୟକଙ୍କ ସମ୍ପର୍କ ଥିବାରୁ ସେମାନେ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ସହ ଏସପି ଅଫିସ ସମ୍ମୁଖରେ ଘେରାଉ କରାଯିବ ବୋଲି କଂଗ୍ରେସ କହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.