ETV Bharat / state

କୋରୋନା ଭୟ; ଶବଦାହ ନକରିବାକୁ ଗ୍ରାମବାସୀଙ୍କ ରାସ୍ତାରୋକ - ଭଦ୍ରକ କୋରୋନା ଆକ୍ରାନ୍ତ

କୋରୋନା ଆକ୍ରାନ୍ତଙ୍କ ଶବ ଦାହକୁ ନେଇ ଉତ୍ତେଜନା। ରାଜପଥ ଅବରୋଧ ପ୍ରତିବାଦକାରୀ। ଭଦ୍ରକରେ ପ୍ରାଣ ହରାଇଥିବା କେନ୍ଦୁଆପଦା ଅଞ୍ଚଳର ଜଣେ କୋରୋନା ଆକ୍ରାନ୍ତଙ୍କ ଶବଦାହ କରିବାକୁ ଯାଇ ଭଦ୍ରକ ପ୍ରଶାସନକୁ ନାକେଦମ ହେବାକୁ ପଡିଛି। ଅଧିକ ପଢନ୍ତୁ....

କରାଇ ଦେଲିନି କୋରୋନା ଆକ୍ରାନ୍ତ ଶବଦାହ
କରାଇ ଦେଲିନି କୋରୋନା ଆକ୍ରାନ୍ତ ଶବଦାହ
author img

By

Published : Sep 15, 2020, 7:52 AM IST

Updated : Sep 15, 2020, 12:10 PM IST

ଭଦ୍ରକ : କୋରୋନା ଆକ୍ରାନ୍ତଙ୍କ ଶବଦାହକୁ ନେଇ ଉତ୍ତେଜନା। ରାଜପଥ ଅବରୋଧ କଲେ ପ୍ରତିବାଦକାରୀ। ଭଦ୍ରକରେ ପ୍ରାଣ ହରାଇଥିବା କେନ୍ଦୁଆପଦା ଅଞ୍ଚଳର ଜଣେ କୋରୋନା ଆକ୍ରାନ୍ତଙ୍କ ଶବଦାହ କରିବାକୁ ଯାଇ ଭଦ୍ରକ ପ୍ରଶାସନକୁ ନାକେଦମ ହେବାକୁ ପଡିଛି। ଶବ ଦାହକୁ ବିରୋଧ କରି 16 ନଂ ଜାତୀୟ ରାଜପଥକୁ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତବାସୀ ଅବରୋଧ କରିଥିଲେ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

କୋରୋନା ଭୟ; ଶବଦାହ ନକରିବାକୁ ଗ୍ରାମବାସୀଙ୍କ ରାସ୍ତାରୋକ

ଜଣେ ବ୍ୟକ୍ତିଙ୍କର ସୋମବାର ଅପରାହ୍ନରେ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ ବ୍ଲକର ବିଷ୍ଣୁପୁର ପଞ୍ଚାୟତର ଆଦମପୁର ଗାଁରେ ନୂତନ ଭାବେ କରାଯାଇଥିବା ଶବଦାହ କେନ୍ଦ୍ରରେ ସତ୍କାର କରିବାକୁ ଅଣାଯାଇଥିଲା । ଭଦ୍ରକ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ପୌର କର୍ମଚାରୀଙ୍କ ସହାୟତାରେ ମୃତଦେହ ଅଣାଯାଇଥିଲା ।

ଏହି ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଓ ପଞ୍ଚାୟତର ଅନ୍ୟ ଅଞ୍ଚଳର ଲୋକେ ବିରୋଧ କରିଥିଲେ। ଏପରିକି ଲୋକମାନେ ଉତ୍ତେଜିତ ହୋଇ ରାଜପଥରେ ପାଟି କରିବା ସହ ଯାନବାହନ ଚଳାଚଳ ବନ୍ଦ କରିଦେଇଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ଯାବାହନ ଚଳାଚଳ ଅଟକି ରହିଥିଲା । ପରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ସ୍ଥାନାନ୍ତର କରିବା ପରେ ସ୍ଥିତି ସାମାନ୍ୟ ହେବା ସହ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 15, 2020, 12:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.