ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 4 ଗୁରୁତର

author img

By

Published : Oct 11, 2020, 8:04 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଉଭୟ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ । ଫଳରେ ଉଭୟ ପକ୍ଷରୁ 7 ଜଣ ଆହତ ହୋଇଥିବା ବେଳେ 4 ଜଣଙ୍କ ଅବସ୍ଥା ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ଥାନା ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମରେ ଘଟିଛି ଏପରି ଘଟଣା । ଅଧିକ ପଢନ୍ତୁ...

Conflict between two groups focused on past enmity
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 4 ଗୁରୁତର

ଭଦ୍ରକ: ସମଗ୍ର ମାନବ ସମାଜ ଏବେ କୋରୋନା କବଜାରେ । ଏହାକୁ ନେଇ ସମସ୍ତେ ଭୟଭୀତ । କିନ୍ତୁ ଏଭଳି ସ୍ଥିତିରେ ମଧ୍ୟ କିଛି ଅସାମାଜିକ ଲୋକଙ୍କ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଥମିବାର ନାଁ ଧରୁନି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମରେ ଘଟିଛି ଏହି ପରି ଘଟଣା। ଖବର ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଉଭୟ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷରୁ 7 ଜଣ ଆହତ ହୋଇଥିବା ବେଳେ 4 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି ।

ପ୍ରଥମେ ସମସ୍ତ ଆହତଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବଂ ପରେ ସେମାନଙ୍କ ମଧ୍ୟରୁ 4 ଜଣଙ୍କ ସ୍ବାସ୍ଥ୍ୟବସ୍ତା ସଙ୍କଟାପନ୍ନ ହେବାରୁ, ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.