ETV Bharat / state

ପୋଲିସ ମାଡରେ ଯୁବକ ଗୁରୁତର

ପୋଲିସ ମାଡରେ ଆହତ ହୋଇଥିବା ଆଭିଯୋଗ ଆଣିଲେ ଅରେଇକଣା ଗାଁର ସଞ୍ଜୟ ସାହୁ । ଏଥିସହ ବିଂଝାରପୁର ଥାନାର ଜଣେ  ପୋଲିସ ତାଙ୍କୁ 10ହଜାର ଟଙ୍କାର ମାଗୁଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jul 15, 2019, 7:29 PM IST

ଭଦ୍ରକ: ପୋଲିସ ମାଡରେ ଯୁବକ ଆହତ ହୋଇଥିବା ଅଭିଯୋଗ । ଯୁବକଙ୍କ ସାଙ୍ଗ ଝିଅ ନେଇ ପଳାଇଲା ବୋଲି ସାଙ୍ଗର ସାଙ୍ଗକୁ ପୋଲିସର ମାଡ ସହ ଟଙ୍କା ଲାଞ୍ଚ ମାଗିଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଅରେଇକଣା ଅଞ୍ଚଳରୁ । ବର୍ତ୍ତମାନ ଗୁରୁତର ଯୁବକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ଅରେଇକଣା ଗାଁର ସଞ୍ଜୟ ସାହୁଙ୍କ ସାଙ୍ଗ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ଥାନାର ଜଣେ ନାବାଳିକ ଝିଅ ସହ 8ମାସ ହେଲା କେଉଁ ଆଡେ ପଳାଇଛନ୍ତି । ତେବେ ଏହି ଘଟଣାକୁ ଆଧାର କରି ଭଣ୍ଡାରିପୋଖରୀ ପୋଲିସ ସହାୟତାରେ ସଞ୍ଜୟଙ୍କୁ ବିଂଝାରପୁର ପୋଲିସ ଉଠାଇ ନେଇଥିଲା ।

ସେ ତାଙ୍କର ସାଙ୍ଗଙ୍କ ଫେରାର ସମ୍ପର୍କରେ ଜାଣିନଥିବା କହିଥିଲେ ସୁଦ୍ଧା ସେଠାରେ ତାଙ୍କୁ 2ଦିନ ଧରି ଲୁହା ପାଇପରେ ମାଡ ମାରିବା ସହ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ପୋଲିସଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ସଞ୍ଜୟ । ଏଥିସହ ବିଂଝାରପୁର ଥାନାର ଜଣେ ପୋଲିସ ତାଙ୍କୁ କହିଥିଲେ 10ହଜାର ଟଙ୍କା ଦେଲେ ଥାନାରୁ ଛାଡିଦିବି । ସଞ୍ଜୟଙ୍କ ଜାମିନ ପରେ ବି ସେହି ପୋଲିସ ତାଙ୍କୁ ଧମକ ମଧ୍ୟ ଦେଇଥିଲେ ଟଙ୍କା ନଦେଲେ ପୁଣି ଥାନାକୁ ନେଇଯିବେ । ଏଥିସହ ଟଙ୍କା କଥା ଯେପରି କେହି ନଜାଣନ୍ତି ଏପରି ଧମକ ଦେବା ସହ ସଞ୍ଜୟଙ୍କ ଆଧାରକାର୍ଡ, ଗାଡି ଲାଇସେନ୍ସ ଜବତ କରି ନେଇଛନ୍ତି ।

ସଞ୍ଜୟ ଏବେ ଗୁରୁତର ଭାବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସଞ୍ଜୟ ପୋଲିସର ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିବା ସହ ଉଚିତ ନ୍ୟାୟ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ପୋଲିସ ମାଡରେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ।Body:ପୋଲିସ ମାଡରେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ। ସାଙ୍ଗ ଝିଅ ନେଇ ପଳାଇଲା ବୋଲି ସାଙ୍ଗର ସାଙ୍ଗକୁ ପୋଲିସର ମାଡ଼।ଗୁରୁତର ଯୁବକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଅରେଇକଣା ଅଞ୍ଚଳରୁ। ସୂଚନା ଅନୁଯାୟୀ ଅରେଇକଣା ଗାଁର ସଞ୍ଜୟ ସାହୁ ନାମକ ଜଣେ ଯୁବକଙ୍କ ସାଙ୍ଗ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ଥାନା ଅଞ୍ଚଳର ଜୈନିକ ନାବାଳିକାଙ୍କୁ ଅପହରଣ କରି ନେଇଥିଲାା।ବିଂଝାରପୁର ପୋଲିସ ଫୋନ ଟ୍ରାକିଂ କରି ସମ୍ପୃକ୍ତ ନାବାଳିକାଙ୍କ ସହ ଯୁବକଙ୍କ ଫୋନ ଯୋଗେ କଥା ବାର୍ତ୍ତା ହେବାର ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ଭଣ୍ଡାରିପୋଖରୀ ପୋଲିସ ସହାୟତାରେ ସଞ୍ଜୟଙ୍କୁ ବିଂଝାରପୁର ପୋଲିସ ଉଠାଇ ନେଇଥିଲା। ତେବେ ସେଠାରେ ତାଙ୍କୁ ଦୁଇଦିନ ଧରି ଲୁହା ପାଇପରେ ମାଡ଼ ମାରିବା ସହ ଶାରୀରିକ ନିର୍ଯ୍ୟାତନା ଦେଇଥିବା ସଞ୍ଜୟ ଅଭିଯୋଗ କରିଛନ୍ତି। ସଞ୍ଜୟ ଏବେ ଗୁରୁତର ଭାବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ସଞ୍ଜୟ ପୋଲିସର ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିବା ସହ ଉଚିତ ନ୍ୟାୟ ଦାବୀ କରିଛନ୍ତି।
Bite_ସଞ୍ଜୟ ସାହୁ_ ପୀଡିତ ଅଭିଯୋଗ କାରିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.