ଭଦ୍ରକ: ପୋଖରୀରେ ବୁଡି ଏକ ଦେଢ ବର୍ଷର ଶିଶୁପୁତ୍ର ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ବ୍ଲକ କାଇଥକୋଲା ଗାଁରେ ।
ସୂଚନା ଅନୁଯାୟୀ, ଗ୍ରାମର କାଳନ୍ଦୀ ନାୟକଙ୍କ ଶିଶୁପୁତ୍ର ସୂର୍ଯ୍ୟକାନ୍ତ ଖେଳୁଥିବା ବେଳେ ଅସାବଧାନତା ହେତୁ ଗୋଡ ଖସିଯିବାରୁ ସେ ନିକଟସ୍ଥ ପୋଖରୀରେ ପଡି ପାଣିରେ ବୁଡି ଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସୂର୍ଯ୍ୟକାନ୍ତକୁ ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ