ETV Bharat / state

ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ 5 ଜଣିଆ କେନ୍ଦ୍ରୀୟ ଟିମ - bhadrak latest news

ଭଦ୍ରକରେ କେନ୍ଦ୍ରୀୟ ଟିମର ବାତ୍ୟା ଅମ୍ଫାନ ପ୍ରଭାବିତ ଅଞ୍ଚଳ ଗସ୍ତ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଗୃହ ସଚିବ ପ୍ରକାଶ କୁମାରଙ୍କ ନେତୃତ୍ବରେ 5 ଜଣିଆ ଟିମ ବାତ୍ୟା ଅମ୍ଫନର କ୍ଷୟକ୍ଷତିର ଆକଳନ କରିବା ପାଇଁ ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

central-team-visit-in-cyclone-amphan-affeted-area-in-bhadrak
ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ 5 ଜଣିଆ କେନ୍ଦ୍ରୀୟ ଟିମ
author img

By

Published : Jun 5, 2020, 5:05 PM IST

ଭଦ୍ରକ: ବାତ୍ୟା ଅମ୍ଫାନ ପ୍ରଭାବିତ ଅଞ୍ଚଳ ଗସ୍ତ କଲା କେନ୍ଦ୍ରୀୟ ଟିମ । ବାତ୍ୟା ଆମ୍ଫନର କ୍ଷୟକ୍ଷତିର ଆକଳନ କରିବା ପାଇଁ ଆଜି କେନ୍ଦ୍ର ସରକାରଙ୍କର 5 ଜଣିଆ ଟିମ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ 5 ଜଣିଆ କେନ୍ଦ୍ରୀୟ ଟିମ

କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଗୃହ ସଚିବ ପ୍ରକାଶ କୁମାରଙ୍କ ନେତୃତ୍ବରେ କେନ୍ଦ୍ର ମତ୍ସ୍ୟ ବିଭାଗର ଏସ.କେ.ରଥ, କେନ୍ଦ୍ର କୃଷି ବିଭାଗର ସୋମନାଥ ଅବସିମଣି, କେନ୍ଦ୍ର ପରିବହନ ବିଭାଗର ବି.ଏନ.ସହାୟ ଓ ରାଜ୍ୟ ବିଭାଗର ମୁଖ୍ୟଯନ୍ତ୍ରୀ ଅସୀମ ମହାନ୍ତି ପ୍ରମୁଖ ପହଞ୍ଚିବା ପରେ ଧାମରା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର , ବିଡିଓ ଓ କୃଷି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଚାନ୍ଦବାଲି ବ୍ଲକର ଦୋସିଙ୍ଗା, କାରିନାଳୀ, ଚନ୍ଦିନୀପାଳ, କଇଥକୋଲା, ଜାଗୁଳା ଆଦି ପଞ୍ଚାୟତର ନଦୀକୂଳିଆ ଗ୍ରାମଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.