ETV Bharat / state

ଭଦ୍ରକରେ ଧୁମଧାମରେ 'ଇଦ-ମିଲାଦୁନ-ନବି' ପାଳିତ - ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ

ଭାଇଚାରାର ସହର ଭଦ୍ରକରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀମାନେ ।

ଧୁମଧାମରେ 'ଇଦ-ମିଲାଦୁନ-ନବି' ପାଳିତ
author img

By

Published : Nov 11, 2019, 2:12 AM IST

ଭଦ୍ରକ: ଭାଇଚାରାର ସହର ଭଦ୍ରକରେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀମାନେ। ଏହିଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ । ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ 'ଇଦ-ମିଲାଦୁନ-ନବି' ଭାବେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି ।

ଧୁମଧାମରେ 'ଇଦ-ମିଲାଦୁନ-ନବି' ପାଳିତ

ସୁସଜ୍ଜିତ ଆଲୋକମାଳା ସହ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ଭଦ୍ରକ ସହର । ଚଳିତବର୍ଷ ଇସଲାମଧର୍ମ ସମ୍ବଳିତ ବାର୍ତ୍ତା ନେଇ 70ରୁ ଉର୍ଦ୍ଧ୍ବ ସୁସଜ୍ଜିତ ମେଢ ସହିତ ମାନବ ଶୃଙ୍ଖଳ ବା କାଫେଲା ବିଭିନ୍ନ ସାହି ବସ୍ତିରୁ ଆସି ଭଦ୍ରକ ସହରରେ ଅବସ୍ଥିତ ଚଉଖଣ୍ଡିରୁ ବାହାରି ଦେଇ ସହର ପରିକ୍ରମା କରିବା ପରେ ମଦିନା ମଇଦାନରେ ପହଞ୍ଚିଥିଲା ।

ପରେ ସେଠାରେ ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବକ୍ତାମାନେ ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ବାଣୀର ଉପାଦେୟତା ଉପରେ ଆଲୋଚନା କରିଥିଲେ । ଏନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

Intro:SLUG : EID MILADUN NABI
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.11.2019

ANCHOR : ଭାଇଚାରାର ସହର ଭଦ୍ରକ ରେ ମହାପୁରୁଷ ପ୍ରୋଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀ ମାନେ। ଏହି ଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ। ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦ ଙ୍କ ବାଣୀ କୁ ଅନୁସରଣ କରିବା ପାଇଁ ଏହି ଦିନକୁ, ଇଦ-ମିଲାଦୁନ-ନବି ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ ମାନେ। ଏନେଇ ସୁସଜ୍ଜିତ ଆଲୋକ ମାଳା ସହ ଉତ୍ସବ ମୁଖର ସମଗ୍ର ଭଦ୍ରକ ସହର। ଚଳିତ ବର୍ଷ ଇସଲାମ ଧର୍ମ ସମ୍ବଳିତ ବାର୍ତ୍ତା ନେଇ 70 ରୁ ଉର୍ଦ୍ଧ ସୁସଜ୍ଜିତ ମେଢ ସହିତ ମାନବ ଶୃଙ୍ଖଳ ବା କାଫେଲା ବିଭିନ୍ନ ସାହି ବସ୍ତିରୁ ଆସି ଭଦ୍ରକ ସହର ରେ ଅବସ୍ଥିତ ଚଉଖଣ୍ଡି ରୁ ବାହାରି ସହର ପରିକ୍ରମା କରିବା ପରେ ମଦିନା ମଇଦାନରେ ପହଞ୍ଚି ଥିଲା। Body:ପରେ ସେଠାରେ ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ଯ ତଥା ରାଜ୍ଯ ବାହାରୁ ଆସିଥିବା ବକ୍ତା ମାନେ ମହାପୁରୁଷ ପ୍ରୋଫେଟ ମହମ୍ମଦ ଙ୍କ ବାଣୀର ଉପାଦେୟତା ଉପରେ ଆଲୋଚନା କରିଥିଲେ। ସୁସଜ୍ଜିତ ମେଢ ସହିତ ମାନବ ଶୃଙ୍ଖଳ ବା କାଫେଲା ଶୋଭାଯାତ୍ରା ର ମାହୋଲ ଭଦ୍ରକ ରେ ବେଶ ନିଆରା। ଯାହାକି ଅନ୍ୟତ୍ର ବିରଳ। ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପୁଲିସ ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.