ETV Bharat / state

Dhamnagar By-Poll: ରାଜେନ୍ଦ୍ର ଦାସଙ୍କୁ ହତ୍ୟା ଷଡଯନ୍ତ୍ର ! ସତ୍ୟତା ପାଇଁ ସିବିଆଇ ତଦନ୍ତ ଦାବି

author img

By

Published : Oct 28, 2022, 9:01 PM IST

ଧାମନଗର ଉପନିର୍ବାଚନ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ଗଣମାଧ୍ୟମରେ ବିବୃତି ରଖଥିଲେ ତାଙ୍କ ସମର୍ଥକ । ତେବେ ଏହାର ପ୍ରମାଣ ଦେବାକୁ ଦାବି କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସଙ୍କ ଗ୍ରାମର ଲୋକେ । ଅଧିକ ପଢ଼ନ୍ତୁ

Dhamnagar ByPoll: ରାଜେନ୍ଦ୍ର ଦାସଙ୍କୁ ହତ୍ୟା ଷଡ଼ଯନ୍ତ୍ର ! ବିଜେଡି ସମର୍ଥକଙ୍କ ସିବିଆଇ ତଦନ୍ତ ଦାବି

ଭଦ୍ରକ: ଧାମନଗର ଉପନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ଗଣମାଧ୍ୟମରେ ବିବୃତି ରଖଥିଲେ ତାଙ୍କ ସମର୍ଥକ । ରାଜେନ୍ଦ୍ର ସମର୍ଥକଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରାଯିବା ସହିତ ଏହାର ସତ୍ୟତା ପ୍ରମାଣ କରିବାକୁ ଦାବି ହୋଇଛି । ଏହା ସହିତ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସଙ୍କ ଗ୍ରାମର ଲୋକେ ।

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନରେ ବିଜେଡି ଟିକେଟରୁ ବାଦ୍ ପଡିବା ପରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ବାଧିନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଛନ୍ତି । ତେବେ ଏହି ସମୟରେ ତାଙ୍କର ଜଣେ ସମର୍ଥକଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ରାଜେନ୍ଦ୍ର ଦାସଙ୍କ ସମର୍ଥକ ଶୈଳେନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ସମର୍ଥନ କରିବା ପୂର୍ବକ ଗଣମାଧ୍ୟମରେ ସହମତି ପ୍ରକାଶ କରିବାକୁ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ରାଜେନ୍ଦ୍ରଙ୍କୁ ଭୁବନେଶ୍ବରରେ ବାଧ୍ୟ କରାଯାଇଥିଲା । ଯଦି ରାଜେନ୍ଦ୍ର ତାହା କରିନଥାନ୍ତେ, ସେଦିନ ରାତିରେ ଭୁବନେଶ୍ବରରୁ ଭଦ୍ରକ ଫେରିବା ବାଟରେ ତାଙ୍କୁ ଟ୍ରକ୍ ଚଢାଇ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଏକ ନିର୍ଦ୍ଧଷ୍ଟ ଗଣମାଧ୍ୟମରେ ଏକ ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଥିଲେ ରାଜେନ୍ଦ୍ରଙ୍କ ସମର୍ଥକ ।

ତେବେ ଏଭଳି ବିବୃତିକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି । ଘଟଣାର ସତ୍ୟତା ପ୍ରମାଣିତ କରିବାକୁ ଦାବି କରିଛନ୍ତି ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସଙ୍କ ଗ୍ରାମର ଲୋକେ । ତିହିଡି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି, "ନିର୍ବାଚନ ସମୟରେ ଜଣେ ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ଏଭଳି ମନ୍ତବ୍ୟ ରଖିଛନ୍ତି । ତେବେ ସେ ଏହାର ସତ୍ୟାସତ୍ୟ ପ୍ରମାଣ କରନ୍ତୁ । ଲୋକଙ୍କୁ ନିର୍ବାଚନ ସମୟରେ ଭ୍ରମିତ କରାନଯାଉ । ଯଦି ଏହା ସତ୍ୟ ହୋଇଥାଏ ତେବେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଘଟଣାର ସତ୍ୟତା ନଥିଲେ କେଉଁ ପରିସ୍ଥିତିରେ ଏପରି ବୟାନବାଜି କରାଯାଉଛି ତାହା ମଧ୍ୟ ତଦନ୍ତ ହେଉ ।" ତେବେ ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସଙ୍କ ଗ୍ରାମର ଲୋକେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.