ETV Bharat / state

ହାଥରସ ଗଣଦୁଷ୍କର୍ମ ଘଟଣା: ନ୍ୟାୟ ଦାବିରେ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା

author img

By

Published : Oct 6, 2020, 8:33 AM IST

ହାଥରସ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା । ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ଏବଂ ଭଦ୍ରକ ସମନ୍ବୟ ସମିତି ସଂଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ଯୋଗୀ ସରକାରଙ୍କ ଇସ୍ତଫା ଦାବୀ କରାଯାଇଛି ।

ହାଥରସ ଗଣଦୁଷ୍କର୍ମ ଘଟଣା: ନ୍ୟାୟ ଦାବିରେ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା
ହାଥରସ ଗଣଦୁଷ୍କର୍ମ ଘଟଣା: ନ୍ୟାୟ ଦାବିରେ ଭଦ୍ରକରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ: ହାଥରସ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା । ଉତ୍ତରପ୍ରଦେଶର ହାଥରସ ଠାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦେବା ଦାବିରେ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ଏବଂ ଭଦ୍ରକ ସମନ୍ବୟ ସମିତି ସଂଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାସହ ଯୋଗୀ ସରକାରଙ୍କ ଇସ୍ତଫା ଦାବି କରାଯାଇଛି ।

ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ଜେନା ଏବଂ ସମନ୍ବୟ ସମିତି ସଂଘ ନେତା ଅତୁଲ୍ୟ ନାୟକଙ୍କ ନେତୃତ୍ବରେ ଶତାଧିକ ଯୁବକ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଶୋଭାଯାତ୍ରା ବେଳେ ଯୁବକମାନେ ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିବା ସହ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରାଯାଇଥିଲା । ସେହିପରି ଦିନକୁ ଦିନ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.