ETV Bharat / state

ଧାମନଗର NACରେ ତ୍ରିମୁଖୀ ଲଢ଼େଇ, ପ୍ରଥମ ଥର ହେଉଛି ନିର୍ବାଚନ

author img

By

Published : Mar 22, 2022, 10:52 PM IST

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ପ୍ରଥମ କରି ନିର୍ବାଚନ ହେଉଥିବାବେଳେ ରାଜନୈତିକ ବାତାବରଣ ସରଗରମ ରହିଛି। ଚଳିତ ନିର୍ବାଚନରେ ଧାମନଗର ଏନଏସିରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ତେଣୁ ଏନଏସି ହାତେଇବା ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ ଜୋରଦାର କସରତ ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

candidates campaigning for municipal election in dhamnagar
ପ୍ରଥମ ଥର ଧାମନଗର NACରେ ହେବ ନିର୍ବାଚନ, ପଦ ହାତେଇବାକୁ ପ୍ରାର୍ଥୀଙ୍କ ଛକାପଞ୍ଝା

ଭଦ୍ରକ: ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ସବୁଦଳର ପ୍ରାର୍ଥୀ ଜୋରଦାର ପ୍ରଚାର କରିଛନ୍ତି । ପାଖରେ ଆଉ ହାତଗଣତି ସମୟ ଥିବାରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ପ୍ରଥମ କରି ନିର୍ବାଚନ ହେଉଥିବାବେଳେ ରାଜନୈତିକ ବାତାବରଣ ସରଗରମ ରହିଛି । ଚଳିତ ନିର୍ବାଚନରେ ଧାମନଗର ଏନଏସିରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ। ତେଣୁ ଏନଏସି ହାତେଇବା ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

2017 ମସିହା ମାର୍ଚ୍ଚରେ ଏନଏସି(NAC) ମାନ୍ୟତା ପାଇଥିବା ଧାମନଗର ଅଞ୍ଚଳରେ ମୋଟ 11ଟି ୱାର୍ଡ ରହିଛି। ଏହି ଏନଏସିରେ ମୋଟ 22 ହଜାର 920 ଜଣ ଲୋକ ବସବାସ କରୁଥିବାବେଳେ ସେମାନଙ୍କ ମଧ୍ୟରୁ 17 ହଜାର 197 ଜଣ ଭୋଟର ରହିଛନ୍ତି । ତେବେ ପ୍ରଥମ ଥର ପାଇଁ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ହେବ। ଯାହା ଉପରେ ସମସ୍ତ ରାଜନୈତିକ ଦଳର ନଜର ରହିଛି । ଏହି ନୂଆ ଏନଏସିରେ ମତ ଦାନ ପାଇଁ 20ଟି ବୁଥ ରହିଛି । ନିର୍ବାଚନ ମୈଦାନରେ 4 ଜଣ ଅଧ୍ୟକ୍ଷା ପାର୍ଥିନୀ ଲଢ଼ୁଥିବା ବେଳେ କାଉନସିଲର ପଦ ପାଇଁ 37 ଜଣ ପାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି।

ଏନଏସି ଅଧ୍ୟକ୍ଷା ପ୍ରାର୍ଥୀ ପାଇଁ ବିଜେଡିରୁ ନିବେଦିତା ଜେନା ପ୍ରାର୍ଥୀ ହୋଇଛନ୍ତି । ସେହପରି ବିଜେପିରୁ ପୁଷ୍ପଶ୍ରୀ ମହାନ୍ତି ନିର୍ବାଚନ ଲଢୁଛନ୍ତି। କଂଗ୍ରେସରୁ ପ୍ରମିଳା ସେଠି ମୈଦାନରେ ଅଛନ୍ତି । ପ୍ରଚାର ମୈଦାନରେ ତିନିଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଘରକୁ ଘର ବୁଲି ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନଙ୍କ ଉଦ୍ୟମ ଜାରି ରହିଛି। ଅନ୍ୟପଟେ ଧାମନଗର ବ୍ଳକର ପୂର୍ବତନ ବିଜେଡି ସଭାପତି ତଥା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ରଘୁନାଥ ଲେଙ୍କା ବିଜେଡି ବାଜିମାତ୍ କରିବ ବୋଲି ଦୃଢୋକ୍ତି କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.