ଭଦ୍ରକ: ଜିଲ୍ଲାରୁ କୋଲକାତା ଏବଂ କୋଲକାତାରୁ ଭଦ୍ରକ ଜିଲ୍ଲାକୁ ଯାତାୟାତ କରୁଥିବା ସମସ୍ତ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ। ପଶ୍ଚିମବଙ୍ଗରେ କୋରନା ଜନିତ ସଂକ୍ରମଣ ସଂଖ୍ୟା ବୃଦ୍ଧି ଓ ହଟସ୍ପଟ ଜୋନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି।

କୋରୋନା ସଂକ୍ରମଣ ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ କୋରୋନାର ହଟସ୍ପଟ ପାଲଟିଛି । ଆମ ରାଜ୍ୟରେ ମଧ୍ୟ ଅନେକ କୋରୋନା ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି । ତେଣୁ ଭଦ୍ରକ ଜିଲ୍ଲାରୁ ସେଠାକୁ କୌଣସି ବସ କିମ୍ବା ସେଠାରୁ ଜିଲ୍ଲାକୁ କୌଣସି ବସ ଗଡିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ