ETV Bharat / state

ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ କାରବାର, ଧରାପଡିଲେ କିରାଣୀ - ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ କାରବାର

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ପ୍ରମାଣ ପତ୍ର କରାଇଦେବାକୁ କହି ଲାଞ୍ଚ ନେଇ ଧରାପଡିଲେ କିରାଣୀ । ଅଧିକ ପଢନ୍ତୁ...

ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ କାରବାର, ଧରାପଡିଲେ କିରାଣୀ

author img

By

Published : Aug 10, 2021, 8:28 AM IST

ଭଦ୍ରକ: ଜିଲ୍ଲାସ୍ଥିତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ମେଡିକାଲର କାର୍ଯ୍ୟରତ କିରାଣୀଙ୍କୁ ଶହେ ଟଙ୍କା ଲାଞ୍ଚ ଦେଉଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଭିଡିଓ କରାଯିବା ସମୟରେ କିରାଣୀ ଜଣକ କାର୍ଯ୍ୟାଳୟରୁ ଦୌଡି ଦୌଡି ବାହାରକୁ ପଳାଇ ଯାଉଥିବା ଏବଂ ଆବେଦନକାରୀ ତାଙ୍କ ପଛେ ପଛେ ଯାଇ ବାଟରେ ଅଟକାଇବା ସହିତ ଧସ୍ତାଧସ୍ତି ହେଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ କାରବାର, ଧରାପଡିଲେ କିରାଣୀ

ସୂଚନା ଅନୁଯାୟୀ, ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଆବେଦନ କରିବାର ଏକ ସପ୍ତାହ ମଧ୍ୟରେ ମିଳିବାର ସରକାରୀ ନିୟମ ରହିଛି । ମାତ୍ର ଚାନ୍ଦବାଲିରେ ଆବେଦନ କରିବାର 2/3 ସପ୍ତାହ ସମୟ ବିତି ଯାଉଥିଲେ ମଧ୍ୟ ତାହା ମିଳି ପାରୁନାହିଁ । ଆରଡି ଅଞ୍ଚଳ ସୁନ୍ଦରପୁର ଗ୍ରାମର ଜଣେ ଆବେଦନକାରୀ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ମେଡିକାଲକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ । କିଛି ଦିନ ତଳେ କିରାଣୀ ଜଣକ ଲାଞ୍ଚ ମାଗିଥିଲେ । ତେବେ ଆବେଦନକାରୀଙ୍କ ଜଣକ କୌଶଳକ୍ରମେ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପୂର୍ବ ପ୍ରସ୍ତୁତିକ୍ରମେ ଆବେଦନକାରୀ ଦୁଇଟି 50 ଟଙ୍କିଆ ନୋଟ୍ ଟେବୁଲ ଉପରେ ହାତ ରଖି ତାଙ୍କୁ ଦେଇଥିଲେ । କାଳବିଳମ୍ବ ନକରି ସମ୍ପୃକ୍ତ କିରାଣୀ ଜଣକ ଉକ୍ତ ଟଙ୍କାକୁ ହାତରେ ଧରି ନିଜ ଟେବୁଲ ଡ୍ରୟରରେ ପକାଇ ଦେଇଥିଲେ । ଏହି ପ୍ରସଙ୍ଗରେ ହୋହାଲ୍ଲା ହେବାପରେ କିରାଣୀ ଉକ୍ତ ଟଙ୍କାକୁ ତଳେ ପକାଇ ବାହାରକୁ ପଳାଇ ଯାଇଥିଲେ ।

ତେବେ ଆବେଦନକାରୀ ତାଙ୍କ ପଛେ ପଛେ ଯାଇ ବାଟରେ ଅଟକାଇବା ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଲାଞ୍ଚ କାରବାର ଘଟଣା ଚାନ୍ଦବାଲି ମେଡିକାଲର ନୂଆ ନୁହେଁ । ପୂର୍ବରୁ ବହୁବାର ଅଭିଯୋଗ ହୋଇଛି ଏବଂ ତଦନ୍ତ କଣ ହେଉଛି ତାହା କାର୍ଯ୍ୟାଳୟ ମଧ୍ୟରେ ସୀମିତ ରହିଯାଉଛି । କିରାଣୀ ମାଧ୍ୟମରେ ହେଉଥିବା ଲାଞ୍ଚ କାରବାରର କିଛି ଅଂଶ ମେଡିକାଲ ଅଧିକାରୀଙ୍କ ହାତକୁ ଯାଉଥିବାର ମଧ୍ୟ ଚର୍ଚ୍ଚାକୁ ଆସୁଛି । ଯାହା ଫଳରେ କିରାଣୀଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମେଡିକାଲ ଅଧିକାରୀ ଚାପି ଦେଉଥିବା ଅଭିଯୋଗ ହେଉଛି ।

ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଉତ୍ତମ ମାନର ସେବା ତଥା ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି । ସାଧାରଣ ଲୋକଟିଏ ବିନା ମୂଲ୍ୟରେ ସେବା ପାଇବା ସହିତ କର୍ମଚାରୀମାନଙ୍କୁ କୌଣସି ଲାଞ୍ଚ ନଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏପରି ସ୍ଥଳରେ ଚାନ୍ଦବାଲି ମେଡିକାଲରେ ସାମାନ୍ୟ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ହେଉଥିବା ଲାଞ୍ଚ କାରବାର ଏକ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି । ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିବାବେଳେ, ଆଗକୁ କି ପଦକ୍ଷେପ ନିଆଯାଇଛି, ତାହା ଦେଖିବାକୁ ବାକି ରହିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.