ETV Bharat / state

ଦୁର୍ନୀତି ପ୍ରତିବାଦରେ ବିଜେପିର ଧାରଣା, ବଳପୂର୍ବକ ପ୍ରଶାସନ ହଟାଇ ଦେଇଥିବା ଅଭିଯୋଗ - bjp protest in chandabali

ଚାନ୍ଦବାଲି ବ୍ଲକ ଭାଟପଡ଼ା ଗ୍ରାମ ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିର ତୁରନ୍ତ ପ୍ରଶାସନିକ ତଦନ୍ତ ଦାବି ଧାରଣାରେ ବସିଥିବା ବିଜେପି କର୍ମୀଙ୍କୁ ବଳପୂର୍ବକ ପ୍ରଶାସନ ହଟାଇଥିବା ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ ବରିଷ୍ଠ ନେତା ମନମୋହନ ସାମଲ । ଅଧିକ ପଢନ୍ତୁ...

ଦୂର୍ନୀତି ପ୍ରତିବାଦରେ ବିଜେପିର ଧାରଣା , ବଳପୂର୍ବକ ପ୍ରଶାସନ ହଟଇଥିବା ଅଭିଯୋଗ

author img

By

Published : May 12, 2021, 10:36 PM IST

ଭଦ୍ରକ : ଚାନ୍ଦବାଲି ବ୍ଲକ ଭାଟପଡ଼ା ଗ୍ରାମ ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିର ତୁରନ୍ତ ପ୍ରଶାସନିକ ତଦନ୍ତ ଦାବି କରି ଦୀର୍ଘ ଦିନ ଧରି ଗଣଧାରଣାରେ ବସିଥିଲା ବିଜେପି । ପ୍ରଶାସନିକ ନୀରବତାରେ ଅତିଷ୍ଠ ହୋଇ ଶେଷରେ ଚାନ୍ଦବାଲି ତହସିଲ ପ୍ରଶାସନ ସମ୍ମୁଖରେ ଆମରଣ ଅନଶନ କରିଥିଲା । ତେବେ ସେଠାରୁ ସେମାନଙ୍କୁ ବଳପୂର୍ବକ ହଟାଇ ଦିଆଯାଇଥିବା ଅଭିଯୋଗ କରିଛି ଦଳ ।

ଦୂର୍ନୀତି ପ୍ରତିବାଦରେ ବିଜେପିର ଧାରଣା , ବଳପୂର୍ବକ ପ୍ରଶାସନ ହଟଇଥିବା ଅଭିଯୋଗ

ଅଭିଯୋଗ ହୋଇଥିବା ଦୁର୍ନୀତିର ପ୍ରଶାସନିକ ତଦନ୍ତ କରିବା ପରିବର୍ତ୍ତେ, ଧାରଣାରତ କର୍ମୀଙ୍କୁ ଚାନ୍ଦବାଲି ପୁଲିସ ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ ବଳପୂର୍ବକ ଆନ୍ଦୋଳନ ସ୍ଥାନରୁ ହଟାଇ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ।

ଏଥିସହ ଭାଟପଡ଼ା ଗ୍ରାମ ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିକୁ ଚପାଇ ଦେବାକୁ ପ୍ରଶାସନ ଓ ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ଏତାଦୃଶ୍ୟ କାର୍ଯ୍ୟକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ତେବେ ଏନେଇ ନ୍ୟାୟିକ ତଦନ୍ତ ପାଇଁ ଦାବି କରିବା ସହ ଆଗାମୀ ଦିନରେ ଏହି ମହାଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଦଳ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ।

ଭଦ୍ରକରୁ ଦେବଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.