ETV Bharat / state

ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେଇ ସୁରକ୍ଷା ଲୋଡିଲେ ବିକାଶ - ought protection of his life

ଇସ୍ତଫା ଦେଲେ ବିଜେପି ଦଳର ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଟା । ସେ ଜିଲ୍ଲା ବିଜେପିରେ ନିଜକୁ ଅସୁରକ୍ଷିତ ମନେ କରିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେବା ସହ ନିଜର ସୁରକ୍ଷା ଲୋଡିଲେ ବିକାଶ

author img

By

Published : Oct 26, 2021, 8:45 AM IST

ଭଦ୍ରକ: ଇସ୍ତଫା ଦେଲେ ବିଜେପି ଦଳର ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଟ। । ସେ ଜିଲ୍ଲା ବିଜେପିରେ ନିଜକୁ ଅସୁରକ୍ଷିତ ମନେ କରିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏଥିସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷା ଦେବା ପାଇଁ ନିବେଦନ କରିଛନ୍ତି। ଏନେଇ ଗତକାଲି(ସୋମବାର) ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି।

ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେବା ସହ ନିଜର ସୁରକ୍ଷା ଲୋଡିଲେ ବିକାଶ

ସେ କହିଛନ୍ତି ଯେ ତାଙ୍କୁ ଗତ କିଛି ମାସ ପୂର୍ବରୁ କିଛି ବିଜେପି ଯୁବ ମୋର୍ଚ୍ଚା କର୍ମୀ ଆକ୍ରମଣ କରିଥିଲେ। କିନ୍ତୁ ଦଳର ସବୁ ନେତା ଏସବୁ ଜାଣି ନିରବ ରହିଲେ। ଅଥଚ ଯେଉଁ ମାନେ ତାଙ୍କୁ ଆକ୍ରମଣ କରିଥିଲେ ସେମାନେ ବାରିପଦାରେ ଆକ୍ରମଣର ଶିକାର ହେବା ପରେ ତାଙ୍କ ପାଇଁ ଦଳ ଆନ୍ଦୋଳନ କରୁଛି। ବନ୍ଦ ଡାକରା ଦେଉଛି। ତେଣୁ ସେ ଦଳର କାର୍ଯ୍ୟକର୍ତ୍ତାଙ୍କ ଅଭିମୁଖ୍ୟରେ ଅତିଷ୍ଠ ହୋଇ ପଡିଛନ୍ତି। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ସେ ଦଳରେ ସୁରକ୍ଷିତ ମନେ ନକରି ବିଜେପି ଯୁବ ମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏ ସମ୍ପର୍କରେ ସେ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇ ଦେଇଥିବା ସୂଚନା ଦେଇଛନ୍ତି।

ମୋଟାମୋଟି ମୂଳ ମୁଲ୍ୟବୋଧଠାରୁ ବିଜେପି ଦୂରେଇ ଯିବା ସହ ଦଳରେ କିଛି ଅସାମାଜିକ ତତ୍ତ୍ଵଙ୍କ ଦ୍ଵାରା କ୍ରମଶଃ ହିଂସା ଆଚରଣ ଏବଂ ଅପରାଧୀ କରଣ ବୃଦ୍ଧିକୁକୁ ବିଜେପି ଦଳର ଉଚ୍ଚ ପଦାଧିକାରୀଙ୍କ ପ୍ରଛନ୍ନ ପ୍ରୋତ୍ସାହନକୁ ପ୍ରତିବାଦ କରି ବିକାଶ ଶ୍ରେଷ୍ଠା ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.