ETV Bharat / state

ଦୋଷୀକୁ ଦଣ୍ଡ ଦାବିରେ ବିଜେପି କର୍ମୀଙ୍କ 12 ଘଣ୍ଟିଆ ରାସ୍ତାରୋକ - ଭଦ୍ରକ ବିଜେପି କର୍ମୀଙ୍କ 12ଘଣ୍ଟିଆ ରାସ୍ତା ରୋକ

ଚାନ୍ଦବାଲି ଥାନା ହାଜତରୁ ଚଳିତ ମାସ 3 ତାରିଖରେ ଜଣେ ନାବାଳିକା ଅପହରଣ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ଏପର୍ଯ୍ୟନ୍ତ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବିଜେପି କର୍ମୀ 12 ଘଣ୍ଟିଆ ରାସ୍ତାରୋକ କରିଛନ୍ତି । ଅଧିକ ପଢନ୍ତୁ..

ଦୋଷୀକୁ ଦଣ୍ଡ ଦାବିରେ ବିଜେପି କର୍ମୀଙ୍କ 12ଘଣ୍ଟିଆ ରାସ୍ତା ରୋକ

author img

By

Published : Oct 9, 2020, 4:28 PM IST

ଭଦ୍ରକ: ଚଳିତ ମାସ 3 ତାରିଖରେ ଚାନ୍ଦବାଲି ଥାନା ହାଜତରୁ ଜଣେ ନାବାଳିକାକୁ ଅପହରଣ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ଏହି ଘଟଣାରେ ଥାନା ଅଧିକାରିଣୀ ଓ ଏସଡିପିଓଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଜେପି ପକ୍ଷରୁ 12 ଘଣ୍ଟିଆ ରାସ୍ତାରୋକ କରାଯାଇଛି ।

ଦୋଷୀକୁ ଦଣ୍ଡ ଦାବିରେ ବିଜେପି କର୍ମୀଙ୍କ 12ଘଣ୍ଟିଆ ରାସ୍ତା ରୋକ

ଆନ୍ଦୋଳନକାରୀମାନେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନାଳଗୁଣ୍ଡା ବଜାର ନିକଟରେ ଏକତ୍ରିତ ହୋଇ ରାସ୍ତାରୋକ କରିବା ସହ ମୁଖ୍ୟ ରାସ୍ତାରେ ଧାରଣା ଦେଇଛନ୍ତି । ବିଜେପି ମହିଳା ମୋର୍ଚ୍ଚା ଏ ସଂପର୍କରେ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରି ନାବାଳିକାକୁ ନ୍ୟାୟ ଦେବା ପାଇଁ କହିଥିଲେ ଏବଂ ଆଇଆଇସି ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଅଭିଯୁକ୍ତକୁ ଗିରଫ କରାନଯିବାରୁ ବିଜେପି କର୍ମୀମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।

ଏହି 12ଘଣ୍ଟିଆ ରାସ୍ତା ରୋକ ପରେ ଯଦି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ଚେତାବନୀ ଦେଇଛନ୍ତି । ଏହା ସହିତ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ସସପେଣ୍ଡ କରାଯାଉ ବୋଲି ଦାବି କରିଛନ୍ତି । ତେବେ ରାସ୍ତାରୋକ ହଟାଇବା ପାଇଁ ଆନ୍ଦୋଳନକାରୀମାନଙ୍କୁ ପୋଲିସ ଓ ପ୍ରଶାସନ ପକ୍ଷରୁ ବୁଝାସୁଝା ଜାରି ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.