ETV Bharat / state

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଗଣଧାରଣା - ଅଘୋଷିତ ବିଦ୍ୟୁତ କାଟ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଣଧାରଣା । ମରାମତି ଆଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏଥିସହିତ ବିଦ୍ୟୁତ ମରାମତି ହେଉ ବା ନୂତନ ଗ୍ରାହକ କନେକ୍ସନ ପାଇଁ ଅଧିକରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗ କରିଛି ବିଜେପି ।

illegal-electri-cut
illegal-electri-cut
author img

By

Published : Jan 9, 2020, 10:30 PM IST

ଭଦ୍ରକ: ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହ ନେସ୍କୋର ମନମାନି ବିରୁଦ୍ଧରେ ବାସୁଦେବପୁର ନେସ୍କୋ କାର୍ଯ୍ୟାଳୟ ଆଗରେ ଭାରତୀୟ ଜନତା ପାର୍ଟି ତରଫରୁ ଗଣଧାରଣା । ମରାମତି ଆଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏଥିସହିତ ବିଦ୍ୟୁତ ମରାମତି ହେଉ ବା ନୂତନ ଗ୍ରାହକ କନେକ୍ସନ ପାଇଁ ଅଧିକରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗ କରିଛି ବିଜେପି । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେପି ।

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଗଣଧାରଣା

ଦଳର ବରିଷ୍ଠ ନେତା ମାଧବାନନ୍ଦ ମଲିକଙ୍କ ନେତୃତ୍ବରେ ଶହ ଶହ ବିଜେପି କର୍ମୀ ଏହି ଧାରଣାରେ ସାମିଲ ହୋଇଥିଲେ । ବାସୁଦେବପୁର ବଜାର ମଧ୍ୟ ଦେଇ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ଲାଇନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିବା ସହିତ ରାଜନୈତିକ ଆକ୍ରୋଶ ରଖି ବିଦ୍ୟୁତ କରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଆଇପିଡ଼ିଏସ ଓ ସୌଭାଗ୍ୟ ଯୋଜନାକୁ କେତେକ ନିଦ୍ଧିଷ୍ଟ ଅଞ୍ଚଳକୁ କାର୍ଯ୍ୟକାରୀ କରାଯାଉନଥିବାରୁ ଉପଭୋକ୍ତାମାନେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି ।

ତେଣୁ ଏହାର ତୁରନ୍ତ ସମାଧାନ ଦାବିରେ ବାସୁଦେବପୁର ବିଜେପି ନେସ୍କୋ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଛି । ଖବର ପାଇ ଘଟଣା ସ୍ଥଳକୁ ବାସୁଦେବପୁର ଏସଡ଼ିଓ ବିପ୍ରେସ କୁମାର, ଧାମରା ଏସଡ଼ିଓ ଅଶୋକ ମଲିକ ପହଁଚି କଥାବାର୍ତ୍ତା କରିଥିଲେ ଓ ଖୁବ ଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହେଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ELECTRIC PROBLEM
FORMAT : AVB
REPORT : DEBASIS MOHAPATRA / BHADRAK
DATE : 09.01.2020

ANCHOR : ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହ ନେସ୍କୋ ର ମନମାନି ବିରୁଦ୍ଧରେ ବାସୁଦେବପୁର ନେସ୍କୋ କାର୍ଯ୍ୟାଳୟ ଆଗରେ ଭାରତୀୟ ଜନତା ପାର୍ଟି ତରଫରୁ ଗଣଧାରଣା। ମରାମତି ଆଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି। ଏଥିସହିତ ବିଦ୍ୟୁତ ମରାମତି ହେଉ ବା ନୂତନ କଞ୍ଜୁମରଙ୍କୁ କନେକ୍ସନ ପାଇଁ ଅଧିକରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗ କରିଛି ବିଜେପି । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। Body:ବିଜେପିର ବରିଷ୍ଠ ନେତା ମାଧବାନନ୍ଦ ମଲିକଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ମାନେ ଏହି ଧାରଣାରେ ସାମିଲ ହେଇଥିଲେ । ବାସୁଦେବପୁର ବଜାର ମଧ୍ୟ ଦେଇ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ଲାଇନ କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିବା ସହିତ ରାଜନୈତିକ ଆକ୍ରୋଶ ରଖି ବିଦ୍ୟୁତ କରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆଇପିଡ଼ିଏସ ଓ ସୋଭାଗ୍ୟ ଯୋଜନାକୁ କେତେକ ନିଦ୍ଧିଷ୍ଟ ଅଞ୍ଚଳକୁ କାର୍ଯ୍ୟକାରୀ କରାଯାଉନଥିବାରୁ ଉପଭୋକ୍ତାମାନେ ବିଦ୍ୟୁତ ସେବା ରୁ ବଂଚିତ ହେଉଛନ୍ତି । ତେଣୁ ଏହାର ତୁରନ୍ତ ସମାଧାନ ଦାବିରେ ବାସୁଦେବପୁର ବିଜେପି ବାସୁଦେବପୁର ନେସ୍କୋ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଥିଲା।Conclusion:ଘଟଣା ସ୍ଥଳକୁ ଖବର ପାଇ ବାସୁଦେବପୁର ଏସଡ଼ିଓ ବିପ୍ରେସ କୁମାର, ଧାମରା ଏସ୍ଡ଼ିଓ ଅଶୋକ ମଲିକ ପହଂଚି କଥାବାର୍ତା କରିଥିଲେ ଓ ଖୁବ ଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହେଇଥିଲା ।
Bite : ଉଦୟ ନାରାୟଣ ମଲିକ_ ଆନ୍ଦୋଳନ କାରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.