ETV Bharat / state

5T ସଚିବଙ୍କ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଭଦ୍ରକ ଗସ୍ତ

5T ସଚିବଙ୍କ ପରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଭଦ୍ରକ ଗସ୍ତ । ୯ ବର୍ଷର ଶାସନ କାଳରେ ମୋଦି ସରକାରଙ୍କ ସଫଳତା ବଖାଣିଲେ । ଅଧିକ ପଢନ୍ତୁ

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଭଦ୍ରକ ଗସ୍ତ

author img

By

Published : Jun 14, 2023, 12:41 PM IST

Updated : Jun 14, 2023, 1:46 PM IST

ସମ୍ବିତ ପାତ୍ରଙ୍କ ଭଦ୍ରକ ଗସ୍ତ

ଭଦ୍ରକ: 5T ସଚିବ ଭିକେ ପାଣ୍ଡିଆନଙ୍କ ପରେ ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଯାହାକୁ ନେଇ ଭଦ୍ରକ ଜିଲ୍ଲା ରାଜନୀତି ସରଗରମ ହୋଇଛି । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଥିବା ଦଳ ପକ୍ଷରୁ କୁହାଯାଉଥିବା ବେଳେ 5T ସଚିବଙ୍କ ଦୁଇ ଦିନିଆ ଗସ୍ତକୁ କାଉଣ୍ଟର କରିବା ପାଇଁ ସେ ଭଦ୍ରକ ଆସିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବିତ ପାତ୍ର ମଙ୍ଗଳବାର ଭଦ୍ରକରେ ପହଞ୍ଚିବା ପରେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଧାମନଗର ଛକ ସ୍ଥିତ ଟେକ୍ସାଟାଇଲ ପାର୍କ, ନଳାଙ୍ଗର ଜିଲ୍ଲା ଜର୍ଜ କୋର୍ଟ, ଗେଲପୁରରେ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ସହିତ ମାତୃ ଶିଶୁଯତ୍ନ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହାପରେ ଭଦ୍ରକ ସହରରେ ଥିବା ସଂସ୍କୃତି ଭବନ ଠାରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ପଣ୍ଡା, ସଜନ ଶର୍ମା, ଭଦ୍ରକ ଜିଲ୍ଲାର ବହୁ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ସମ୍ମିଳନୀରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମୋଦି ସରକାରଙ୍କ ୯ ବର୍ଷର ଶାସନ କାଳରେ ଚାଷୀମାନଙ୍କ ଫସଲ ବିକ୍ରି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ବଚ୍ଛ ଭାରତ ମିଶନ, କୋଭିଡ ସମୟରେ ଟୀକାକରଣ, GSTର ସଫଳତା, ଜାତୀୟ ରାଜପଥର ଦୈର୍ଘ୍ୟ ବୃଦ୍ଧି, ଦେଶରେ ବିମାନ ବନ୍ଦର ସଂଖ୍ୟା ବୃଦ୍ଧି, ଗ୍ରାମାଞ୍ଚଳରେ ବ୍ୟାପକ ବିଦ୍ୟୁତକରଣ, ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ସଫଳତାର କଥା ବଖାଣିଥିଲେ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ଠାରେ ନିର୍ମିତ LNG Terminal ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶାର ଅଗ୍ରଗତି ତଥା ଉନ୍ନତି ପାଇଁ କେନ୍ଦ୍ର ସରକାର କିପରି ଭାବରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି, ସେନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

ଦେଶର ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶାର ମହିଳାଙ୍କୁ କିପରି ବିଜେପି ପ୍ରାଧାନ୍ୟ ଦେଇଥିଲା ତାହା ମଧ୍ୟ ଆଲୋଚନା କରିଥିଲେ । ଏହାସହିତ ମିଶନ ଶକ୍ତି ମହିଳାମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ । ତିନିଥର ଘାଟ ବ୍ରିଜ ଏବଂ ମନ୍ତେଇ ବ୍ରିଜ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର ନୁହେଁ ବରଂ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପାଇଁ ସମ୍ପାଦନ ହୋଇପାରିଥିବା କହିଥିଲେ ସମ୍ବିତ ପାତ୍ର । ରାଜ୍ୟ ସରକାର ଆବେଦନ କଲେ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ ।

ଆହୁରିମଧ୍ୟ, ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ଧାମନଗର ଛକ ଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ଯେତେ ଶୀଘ୍ର ରାଜ୍ୟ ସରକାର ସମ୍ପାଦନ କରିବେ, ସେତେ ଶୀଘ୍ର ସେଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ବିଜେପି ନେତା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : Jun 14, 2023, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.