ETV Bharat / state

ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ, କହିଲେ ମୁଖ୍ୟମନ୍ତ୍ରୀଙ୍କଠୁ ଶାଳୀନତା ଶିଖ

author img

By ETV Bharat Odisha Team

Published : Dec 30, 2023, 10:09 AM IST

Suryabanshi Suraj Target VK Pandian: ଧାମନଗର ସମସ୍ୟାକୁ ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଧାୟକ ସୂର୍ଯ୍ୟବଂଶୀ । ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଶାଳୀନତା ଶିଖିବା ପାଇଁ ପାଣ୍ଡିଆନଙ୍କୁ ପରାମର୍ଶ ଦେଲେ ସୂର୍ଯ୍ୟବଂଶୀ ସୁରଜ । ଅଧିକ ପଢନ୍ତୁ

ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ
bjp mla Target VK Pandian

ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ

ଭଦ୍ରକ: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଶାଳୀନତା ଶିଖିବାକୁ ଦେଲେ ପରାମର୍ଶ । ଧାମନଗରରେ ଉତ୍କଟ ବନ୍ୟା ପରିସ୍ଥିତି ବେଳେ 5T ଅଧ୍ୟକ୍ଷ କୁଆଡେ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୂରଜ । କିଛି ଦିନ ତଳେ ଭଦ୍ରକ ଗସ୍ତ କରି ବିଜେପିକୁ ଟାର୍ଗେଟ କରିଥିଲେ ପାଣ୍ଡିଆନ । ଯାହାର ଜବାବ ଦେଇଛନ୍ତି ସୂର୍ଯ୍ୟବଂଶୀ । ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଧାୟକ 5T ଅଧ୍ୟକ୍ଷଙ୍କ ନାଁ ନେଇ ଟାର୍ଗେଟ କରିଛନ୍ତି ।

ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଧାମନଗରରେ ଉତ୍କଟ ବନ୍ୟା ପରିସ୍ଥିତି ବେଳେ କୁଆଡେ ଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅନେକ ଦିନ ଲୋକେ ଛାତ ଉପରେ ଭୋକ ଉପାସରେ ହନ୍ତସନ୍ତ ହୋଇ ଦିନ କାଟୁଥିବା ବେଳେ ତାଙ୍କର ଦେଖାନଥିଲା । ଅପରପକ୍ଷରେ ଏହାକୁ ଏକ ନିମ୍ନ ଧରଣର ବନ୍ୟା ବୋଲି କହି ରିଲିଫ ମଧ୍ୟ ମଞ୍ଜୁର କରାଯାଇ ନଥିଲା । ତେବେ ରାଜସ୍ୱ ମନ୍ତ୍ରୀ ଆସି 7 ଦିନ ମଧ୍ୟରେ ରିଲିଫ ଦିଆଯିବ ଘୋଷଣା କରିଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ନାହିଁ । ଯାହା ବନ୍ୟା ପୀଡିତମାନଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ।

ଏସଆରସିଙ୍କୁ ଏନେଇ କହିବାରୁ ସେ ଜମି ବୁଡି ନାହିଁ କି ରାସ୍ତା ବୁଡି ନାହିଁ ତେଣୁ ରିଲିଫ ଦିଆଯିବ ନାହିଁ ବୋଲି କହିଥିଲେ । ଆରଡିରୁ ଅଶୁରାଳି ହେଲିକପ୍ଟର ନେଇକି ଆସୁନ୍ତି । ବନ୍ୟା ସମୟରେ ଆପଣଙ୍କ ହେଲିକପ୍ଟର କ'ଣ କାମ ଦେଲାନି ? ଆପଣ ଚାହିଁଥିns ହେଲିକପ୍ଟରରେ ବୁଲି ବୁଲି ବନ୍ୟା ସ୍ଥିତି ଦେଖି ପାରିଥାନ୍ତେ । ହେଲେ କ'ଣ ପାଇଁ କଲେନି ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟବଂଶୀ ।

ଏହା ମଧ୍ୟ ପଢନ୍ତୁ-କାମିଆ ଜାନି ବିବାଦ: ବିଜେପି କହିଲା ମହାପ୍ରସାଦ କୌଣସି ରେଷ୍ଟୁରାଣ୍ଟ ଖାଦ୍ୟ ନୁହେଁ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧାମନଗରରେ ଯେଉଁ ଦୁର୍ବଳ ନଦୀବନ୍ଧ ରହିଛି ସେଥିପାଇଁ 10 କି 12 କୋଟି ନୁହଁ ବରଂ ବନ୍ୟା ନିୟନ୍ତ୍ରଣ କରିବା ପାଇଁ 2000 କୋଟି ଟଙ୍କାର ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ । ଏଥିସହ ତାକୁ କ୍ୟାପିଟାଲ ଏମବାକମେଣ୍ଟର ପରିଣତ ହେବ ଏବଂ ସମସ୍ତ 7 ଏସକେପକୁ ପୋତା ଯିବ ବୋଲି ଆମେ ସରାକାରଙ୍କ ଠାରୁ ଆଶା କରିଥିଲୁ । କିନ୍ତୁ ଆପଣ ଭଦ୍ରକ ଆସି ମୁଖ୍ୟମନ୍ତ୍ରୀଙ୍କ ନାମକୁ ବିକି ବିବାଦୀୟ ବୟାନ ଦେଉଛନ୍ତି । ଯାହା ବିଲକୁଲ ବି ଠିକ ନୁହେଁ । ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଶାଳୀନତା ଶିଖନ୍ତୁ । 5T ଅଧ୍ୟକ୍ଷ କହିଥିଲେ ମୁଁ ବିଧାୟକ ହେବା ପର ଠାରୁ ଲେକଙ୍କ ବିଶ୍ବାସ ହରାଉଛି ଓ ଦେଖା ଦେଉନାହିଁ । ଯେଉଁ ସମୟରେ ସେ ସଭାରେ ଏପରି କହୁଥିଲେ ମୁଁ ସେହି ସମୟରେ ଲୋ ସାହିରେ ଏକ ଘର ପୋଡି ଘଟଣାରେ ପହଞ୍ଚି ଲୋକଙ୍କ କଥା ବୁଝୁଥିଲି । ସରକାରୀ ସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେବା ସୁହାଉ ନାହିଁ ।

ସେହିପରି ଉପନିର୍ବାଚନ ପରେ କେନ୍ଦ୍ରମନ୍ତ୍ରୀ ଧାମନଗର ଆସିନଥିବା ଭିକେ ପାଣ୍ଡିଆନ କହିଥିବା ବେଳେ ଏହାର ଉତ୍ତରରେ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ନିଜେ ଧାମନଗର ଆସିନଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ଆମେ ଘର ଘର ବୁଲି ଲୋକଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଦେଇଛୁ । ତା' ଛଡ଼ା 24 ଘଣ୍ଟାରୁ 18 ଘଣ୍ଟା ଘର ଘର ବୁଲି ଲୋକଙ୍କ ପାଖରେ କଟାଉଛୁ ଏବଂ ସେମାନଙ୍କ ହୃଦୟରେ ରହିଛୁ । ପାଣ୍ଡିଆନ ଯେଉଁ କଥା କହିଛନ୍ତି ତାଙ୍କୁ ସେହିଭଳି କହିବାକୁ କୁହାଯାଇଛି । ତେବେ ସରକାରୀ ମଞ୍ଚରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିବା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ସୁରଜ କହିଛନ୍ତି ।

ନିକଟରେ ଚାନ୍ଦବାଲି ଲାଗି 350 କୋଟି, ଭଦ୍ରକ ଲାଗି 250 କୋଟି ଅନୁଦାନ ମଞ୍ଜୁର କରାଯାଇଥିବା ବେଳେ ସାବତ ମାଆର ପୁଅ ଭଳି ଧାମନଗରକୁ ମାତ୍ର 100 କୋଟି ଟଙ୍କା ଦିଆଯାଇଛି । ଯାହାକି ରାଜ୍ୟ ସରକାରଙ୍କର ଧାମନଗରବାସୀଙ୍କ ପାଇଁ ଉପହାସ ବୋଲି କହିଛନ୍ତି ସୁରଜ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.