ETV Bharat / state

ମହିଳା ସଶକ୍ତିକରଣ ପାଇଁ ଆସୁଥିବା ପାଣ୍ଠିରେ ମହାଘୋଟାଲା ହୋଇଛି: ବିଜେପି ମହିଳା ମୋର୍ଚ୍ଚା

author img

By ETV Bharat Odisha Team

Published : Oct 21, 2023, 2:18 PM IST

ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା ସଶକ୍ତିକରଣ ପାଇଁ ଆସୁଥିବା ପାଣ୍ଠିରେ ମହା ଘୋଟାଲା ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

bjp mahila morcha press meet
bjp mahila morcha press meet
bjp mahila morcha press meet

ଭଦ୍ରକ: ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମହିଳା ସଶକ୍ତିକରଣ ପାଇଁ ଆସୁଥିବା ପାଣ୍ଠିରେ ମହା ଘୋଟାଲା ହେଉଥିବା ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା । ଚାନ୍ଦବାଲି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଯୋଡ଼ି ହୋଇଥିବା ମାଆମାନଙ୍କୁ ଭୁଆଁ ବୁଲାଇ ଏବେ ହରିଲୁଟ ହେଉଛି, ଏହି ଲୁଟ ଅର୍ଥରେ କୋଠା ଉପରେ କୋଠା ଏବଂ ନାମି ଦାମୀ ଗାଡ଼ି କରିବାରେ ବ୍ୟସ୍ତ ଅଛନ୍ତି ଶାସକ ଦଳର କିଛି ହାତଗଣତି ନାରୀ ନେତ୍ରୀ ବୋଲି ବିଜେପି କହିଛି ।

ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ଯେ, ଚାନ୍ଦବାଲି ବ୍ଲକ ଅଧିନରେ ମହିଳା ସଶକ୍ତିକରଣ ପାଇଁ ଆସୁଥିବା ପାଣ୍ଠି ଏବେ ହାତ ଗଣତି ମହିଳାଙ୍କ ପାଇଁ ବ୍ୟକ୍ତିଗତ ସମ୍ପତ୍ତି ପାଲଟିଛି । ଚାନ୍ଦବାଲି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଯୋଡ଼ି ହୋଇଥିବା ମାଆମାନଙ୍କୁ ଭୁଆଁ ବୁଲାଇ ଅର୍ଥ ହରିଲୁଟ ହେଉଛି । ମିଶନ ଶକ୍ତି ସରକାରୀ ବିଭାଗ ନା ରାଜନୈତିକ ଦଳ ବୁଝା ପଡୁନି ବୋଲି ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ମାଳତୀ ଲତା ସାହୁ ପ୍ରଶ୍ନ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବି, କୁଶ ପୁତ୍ତଳିକା ଦାହକଲା ମହିଳା କଂଗ୍ରେସର ବିକ୍ଷୋଭ

ଚାନ୍ଦବାଲି ବ୍ଲକରେ ମିଶନ ଶକ୍ତି କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଅନିୟମିତତା କରାଯାଇଥିବା ବେଳେ ଜାତୀୟ ପତାକା ତିଆରି ପାଇଁ ଆସିଥିବା ଟଙ୍କାକୁ ମଧ୍ୟ ହଡ଼ପ କରିବାକୁ ପଛାଇଲେ ନାହିଁ ଶାସକ ଦଳର ନାରୀ ନେତ୍ରୀ ମାନେ। ସରକାରଙ୍କ ନିୟମ କହୁଛି, ମିଶନ ଶକ୍ତି ବ୍ଲକ ସ୍ତରୀୟ ଫେଡରେସନ ସଭାପତି, ସମ୍ପାଦକ ଅଥବା ସଦସ୍ୟ ରହିବାକୁ ହେଲେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନରହିବା ଆବଶ୍ୟକ। ହେଲେ ଚାନ୍ଦବାଲି ବ୍ଲକ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ କିପରି ମିଶନ ଶକ୍ତି ବ୍ଲକ ସ୍ତରୀୟ ଫେଡରେସନ ସଭାପତି ହେଲେ ବୋଲି ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚା। ଚାନ୍ଦବାଲିର ମାଆ ମାନଙ୍କ ଅର୍ଥରେ ରାଜନୀତି କରିବାର ଅଧିକାର ତୁମକୁ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା ମାନେ।

ଯଦି ରାଜନୀତି କରିବାର ଅଛି ମିଶନ ଶକ୍ତି ପଦବୀ ଛାଡ଼ି ରାଜନୀତି କର ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । କାରଣ ଏହା ମିଶନ ଶକ୍ତି ଫେଡରେସନ ନିୟମାବଳୀର ଖୋଲା ଖୋଲି ଉଲଲ୍ଲଂଘନ। ତେବେ ଚାନ୍ଦବାଲି ବ୍ଲକରେ ଗରିବ ଏବଂ ଅସହାୟ ମାଆ ମାନଙ୍କ ପଇସାରେ ମଉଜ କରିବା ଛାଡନ୍ତୁ ଶାସକ ଦଳର ନେତ୍ରୀ ମାନେ। ନହେଲେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଏହି ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯିବା ନେଇ ସୂଚନା ଦେଇଥିଲେ ମହିଳା ମୋର୍ଚ୍ଚାର ସଦସ୍ୟା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.