ଭଦ୍ରକ: ବିଜେପି ସରପଞ୍ଚ ପ୍ରାର୍ଥୀନୀଙ୍କ ନାମାଙ୍କନ ପତ୍ର ଦାଖଲ । ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଚଳିତ ମାସ 27 ତାରିଖରେ ହେବ ଉପନିର୍ବାଚନ। ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିନରେ ବିଜେପିରୁ ତପସ୍ବିନୀ ରାୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ତେବେ ଦିବଙ୍ଗତ ସରପଞ୍ଚ ନିର୍ମଳ ଟିକାୟତ ରାଏଙ୍କ ଅକାଳ ବିୟୋଗ କାରଣରୁ ତାଙ୍କ ପତ୍ନୀ ଏହି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି । ଲୋକଙ୍କ ତାଙ୍କ ପ୍ରତି ଅନୁକମ୍ପା ଓ ଆସ୍ଥା ରହିଛି । ଯାହା ଏବେ ବିଜେଡ଼ି ପାଇଁ ଅଡୁଆ ବଢ଼ାଇଛି।
ତେନ୍ତୁଲିଡ଼ିହି ପଞ୍ଚାୟତରେ ଏହି ଉପନିର୍ବାଚନରେ ତ୍ରିମୁଖି ଲଢ଼େଇ ହୋଇଥିବାରୁ ବିଜୟ କାହା ସପକ୍ଷରେ ଯାଉଛି ତାହା କହିବା ଅସମ୍ଭବ । ମାତ୍ର ପୂର୍ବତନ ସରପଞ୍ଚ ନିର୍ମଳ ଟିକାୟତଙ୍କ ପତ୍ନୀ ପ୍ରତିଦ୍ବନ୍ଦିତା କରୁଥିବାରୁ ଏବେ ବିଜେପି ପ୍ରାର୍ଥିନୀଙ୍କ ପାଇଁ ବିଜୟ ସହଜ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ