ଭଦ୍ରକ: ପୌର ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ, ପ୍ରାର୍ଥିନୀ ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିଛି ବିଜେପି । ଆଜି(ଗୁରୁବାର) ଭଦ୍ରକରେ ବିଜେପି ପୌର ନିର୍ବାଚନ ନେଇ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସହ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସିପ୍ରା ବାଜପେୟୀ, ଜିଲ୍ଲା ସଭାପତି ଓ ବହୁ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି ।
ଆଗାମୀ ପୌର ନିର୍ବାଚନରେ ଅଧ୍ଯକ୍ଷା ପ୍ରାର୍ଥିନୀଙ୍କ ସମେତ ସମସ୍ତ ପ୍ରାର୍ଥୀ /ପ୍ରାର୍ଥିନୀମାନେ କିପରି ବିଜୟ ହେବେ ସେନେଇ ଆଲୋଚନା କରାଯାଇଛି । ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ପୌର ନିର୍ବାଚନକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ କରିଛନ୍ତି ଏବଂ 2018 ରୁ ନିର୍ବାଚନକୁ କାହିଁକି ଗଡେଇ ଗଡେଇ ଚାଲୁଥିଲେ ଏହାର ଉତ୍ତର ଶାସକ ଦଳ ରଖୁ ।
ରାଜ୍ୟ ସରକାର ସାରା ରାଜ୍ୟର ପୌରାଞ୍ଚଳରେ ହୋଲଡିଂ ଟାକ୍ସକୁ ଅହେତୁକ ବୃଦ୍ଧିକୁ ବିଜେପି ନିନ୍ଦା କରିବା ସହ ବିଜେପି ବିଜୟ ଲାଭ କରିବା ପରେ ଏହି ଟାକ୍ସକୁ କମାଇବ ବୋଲି କହିଛନ୍ତି । ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତର ୟୁନିଟ ପିଛା ଅହେତୁକ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବ ବିଜେପି । ପୌର ନିର୍ବଚନ ଜିତିବା ପରେ ଏହି କାର୍ଯ୍ୟକୁ ବିଜେପି ଗୁରୁତର ସହ ନେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ