ETV Bharat / state

Dhamnagar Bypoll: ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ରାଜେନ୍ଦ୍ର ଦାସ - ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ । ଅଧିକ ପଢନ୍ତୁ

Dhamnagar bypoll: ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ରାଜେନ୍ଦ୍ର ଦାସ

author img

By

Published : Oct 14, 2022, 9:34 AM IST

Updated : Oct 14, 2022, 12:00 PM IST

ଭଦ୍ରକ: ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ସ୍ବାଧୀନ ପ୍ରାର୍ଥୀ ଭାବେ ଧାମନଗର ଉପନିର୍ବାଚନ ଲଢିବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଧାମନଗର ପାଇଁ ରାଜେନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କିଛି ସମୟ ପରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ(Rajendra Das to file nomination as independent candidate) । ବିଜେଡିରୁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର ଦାସ ।

ଧାମନଗର ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେଡିରୁ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ । ମାତ୍ର ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କୁ ଅଣଦେଖା କରି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ(Abanti Das)ଙ୍କ ନାମରେ ମୋହର ମାରିଥିଲେ । ବିଜେଡିର ଟିକେଟ ଘୋଷଣା ପରେ ଖପ୍ପା ହୋଇଥିଲେ ରାଜେନ୍ଦ୍ର ଦାସଙ୍କ ସମର୍ଥକ । ଧାମନଗରରେ ଦଳୀୟ କନ୍ଦଳ ପଦାରେ ପଡିଥିଲା । ଦଳ ବିରୋଧରେ ବିଦ୍ରୋହ ଡାକରା ଦେଇଥିଲେ ଅସନ୍ତୁଷ୍ଟ ଆଶାୟୀ । ତେବେ ତାଙ୍କ ମାନଭଂଜନ ପାଇଁ ବିଜେଡିର ଉଦ୍ୟମ ବିଫଳ ହୋଇଛି । ଦଳରୁ ହତାଶ ହେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ଉପନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିବାବେଳେ ରାଜେନ୍ଦ୍ର କିଛି ସମୟ ପରେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: Dhamnagar Bypoll: ଧାମନଗର ଉପନିର୍ବାଚନ ନେଇ ବିଜେଡିରେ ବିବାଦ !

ବିଜେପି ପକ୍ଷରୁ ଦିବଙ୍ଗତ ନେତା ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସୂର୍ଯ୍ୟବଂଶୀ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେପଟେ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସେ ମଧ୍ୟ ନାମାଙ୍କନ ଦାଖଲ କରିସାରିଛନ୍ତି । ବର୍ତ୍ତମାନ ହରେକୃଷ୍ଣ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଧାମନଗର ବ୍ଲକ ସଂଯୋଜକ ଭାବେ ଦାୟିତ୍ବ ତୁଲାଉଛନ୍ତି । ତେବେ ରାଜେନ୍ଦ୍ର ଦାସ ଉପନିର୍ବାଚନ ରେସ୍‌ରେ ସାମିଲ ହେବା ପରେ ଧାମନଗରରେ ଜୋରଦାର ଟକ୍କର ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।

ଏହାମଧ୍ୟ ପଢନ୍ତୁ: ଧାମନଗରରେ ବିଜେଡିର ମହିଳା କାର୍ଡ ଏକ୍ସପେରିମେଣ୍ଟ, 2024ରେ ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା

Last Updated : Oct 14, 2022, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.