ETV Bharat / state

ତିହିଡିରେ ବିଜେଡି ବାଣ୍ଟିଲା BSKY Smart Card, ଅଣ୍ଡା ଫିଙ୍ଗାକୁ ନେଇ ଦୁଇ ଦଳ ମୁହାଁମୁହିଁ

author img

By

Published : Nov 28, 2021, 7:39 PM IST

ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡ଼ି ବ୍ଲକର 7ଟି ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି । ଅଣ୍ଡାମାଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଅଧିକ ପଢନ୍ତୁ

ତିହିଡି ବ୍ଲକରେ ସ୍ମାର୍ଟକାର୍ଡ଼ ବଣ୍ଟନ: ଅଣ୍ଟା ମାଡକୁ ନେଇ ବିଜେପି ବିଜେଡି ମୁହାଁମୁହିଁ

ଭଦ୍ରକ: ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ହିତାଧିକାରୀଙ୍କୁ ନୂଆ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ଼ ବଣ୍ଟନର ନଭେମ୍ବର 26 ତାରିଖ ଅପରାହ୍‌ଣରେ ଶୁଭାରମ୍ଭ କରାଯାଇଥିଲା । ଏହାପରେ ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡ଼ି ବ୍ଲକର 7ଟି ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି । ବ୍ଲକର ମୋଟ 43 ହଜାର 959 କାର୍ଡ ବଣ୍ଡନ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଅଦ୍ୟାବଧି ମୋଟ 9 ହଜାର 811ଟି କାର୍ଡ ବଣ୍ଟନ କରାଯାଇଛି ।

ବୋଡ଼କ, ବାରୋ, ବିଲଣା, କୁବେରା, ତଳଗୋପବିନ୍ଧା, ତାଳପଦା ସହ ଅଚକ ପଞ୍ଚାୟତରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ, ତହସିଲଦାର ପ୍ରତୀକ ସାହୁ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ 5 ଲକ୍ଷ ଟଙ୍କାର ବୀମାରାଶି ସ୍ମାର୍ଟକାର୍ଡ଼ ପ୍ରଦାନ କରିଥିବା ବେଳେ ମହିଳାଙ୍କୁ 10 ଲକ୍ଷ ଟଙ୍କାର ବୀମାରାଶି ସ୍ମାର୍ଟକାର୍ଡ଼ ପ୍ରଦାନ କରିଛନ୍ତି।

ଏହି ଅବସରରେ ଭଦ୍ରକ ସଦର ବଜାରରେ ବିଜେପି କଳାପତାକା ପ୍ରଦର୍ଶନ ସହିତ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକ ସଜାଗ ହୋଇଯାଇଛି । ଅଣ୍ଡା ମାଡ ସହ କଳା ପତାକା ପ୍ରଦର୍ଶନକୁ ପ୍ରତିହତ କରିବା ପାଇଁ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି । ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବା ଲାଗି ତିହିଡି ପୋଲିସ ସମେତ ରିଜର୍ଭ ପୋଲିସ ମଧ୍ୟ ମୁତୟନ ହୋଇଥିଲେ ।

ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ଆସିଥିଲେ ସେମାନେ କଳା ପତାକା ପ୍ରଦର୍ଶନ କରି ପ୍ରତିବାଦ କରିବାର ଯୋଜନା ଥିଲା । ମାତ୍ର ସାଂସଦ, ବିଧାୟକ, ବ୍ଲକ ଅଧ୍ୟକ୍ଷ, ସମେତ ସ୍ଥାନୀୟ ନେତୃବୃନ୍ଦଙ୍କୁ ବିଜେପି କଳା ପତାକା ପ୍ରଦର୍ଶନ କରି ରାଜନୈତିକ ଶ୍ରେୟ ଦେବାକୁ ଚାହୁଁନାହିଁ ବୋଲି କହିଛନ୍ତି ସ୍ଥାନୀୟ ବିଜେପି ନେତା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.