ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତର ମତଦାନ କେନ୍ଦ୍ର ପରିସରରେ ଛିନ୍ଭିନ୍ ହୋଇ ପଡିଥିଲା ବାଲଟ ପେପର । ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଏଭଳି ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରଛି ବିଜେଡି ।
ବିଜେପି ପ୍ରାର୍ଥୀ ଏଠାକାର ସରପଞ୍ଚ ପଦବୀ ରଦ୍ଦ କରିବାକୁ ଦାବି କରିଥିଲା । ଏହି ପ୍ରସଙ୍ଗରେ ବିଜେପିର ଅଭିଯୋଗକୁ ଭିତ୍ତିହୀନ ଓ ଅପ୍ରାସଙ୍ଗିକ ବୋଲି କହିଛି ବିଜେଡି। ପଞ୍ଚାୟତବାସୀଙ୍କ ଆସ୍ଥା ଭାଜନ କରି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ଏଠାରେ ବିଜୟୀ ହୋଇଛନ୍ତି । ଏହାକୁ ନେଇ ଭଦ୍ରକ ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ବିଜେପି ସରପଞ୍ଚ ପ୍ରାର୍ଥୀଙ୍କ ବିଜୟକୁ ସ୍ବୀକାର କରିପାରୁ ନାହାନ୍ତି । ଏହାକୁ ନେଇ ନାନା ପ୍ରକାର ଗୁଜବ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ଚକ୍ରାନ୍ତ କରୁଛି ତାହା ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି କହିଛନ୍ତି ପ୍ରଦୀପ କୁମାର ପଣ୍ଡା । ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀ ବାଲଟ ପେପର ପଡ଼ିଥିବା ଦେଖିବାକୁ ପାଇ ନାହାନ୍ତି । କେବଳ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ହିଁ କିଭଳି ଏହି ଦୃଶ୍ୟ ଦେଖିଲେ ବୋଲି ବିଜେଡି ପ୍ରଶ୍ନ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ