ETV Bharat / state

ଧାମନଗରରେ ବିଜେଡିର ପଦଯାତ୍ରା, ନେତାମନ୍ତ୍ରୀ ସାମିଲ

ଧାମନଗରରେ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଅଧିକ ପଢନ୍ତୁ

author img

By

Published : Oct 9, 2022, 10:51 PM IST

ଧାମନଗରରେ ବିଜେଜିର ପଦଯାତ୍ରା
ଧାମନଗରରେ ବିଜେଜିର ପଦଯାତ୍ରା

ଭଦ୍ରକ: ନିର୍ବାଚନ ପୂର୍ବରୁ ଧାମନଗରରେ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଧାମନଗରରେ ଆୟୋଜିତ ସଭାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସମେତ ବହୁ ନେତା ଯୋଗଦେଇଥିଲେ । ଏହି ଅବସରରେ ସର୍ବପ୍ରଥମେ ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଦୋବଲ ଠାରେ ଅନୁଷ୍ଠିତ ସଭାରେ ପ୍ରଫେଟ ମହମ୍ମଦଙ୍କ କାଫଲା ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ଧାମନଗରରେ ବିଜେଜିର ପଦଯାତ୍ରା

ଧାମନଗର ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଧାମନଗରକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିବେ ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ତାଙ୍କ ଅଭିଭାଷଣରେ କହିଥିଲେ । ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଜାରି ରହିଥିବା ପଦଯାତ୍ରା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ସାଙ୍ଗଠନିକ ସମ୍ପାଦକଙ୍କ ସହ ଦଳର ବିଭିନ୍ନ ହେଭିୱେଟ ନେତାଙ୍କ ସହ ପରିକ୍ରମା କରିଥିଲା । ଏହି ଅବସରରେ ବିଭିନ୍ନ ନେତା ଓ କର୍ମୀ ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ

ତେବେ ଆସନ୍ତା ଉପ ନିର୍ବାଚନରେ ବିଜୁ ଜନତା ଦଳ ନିଶ୍ଚୟ ଭଲ ସଫଳତା ପାଇବା ବୋଲି ଆଜିର ଜାରି ବିଶାଳ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ମତ ପ୍ରକାଶ କରିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଆଜିର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ସାଂସଦ, ବିଧାୟକ, ଧାମନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି, ବ୍ଲକ ଚେୟାରମ୍ୟାନଙ୍କ ସହ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, "ଆମେ ଭୋଟ ନାମରେ ପହଯାତ୍ରା କରୁନାହୁଁ । ଅନ୍ୟ ଦଳର ଲୋକମାନେ ଭୋଟ ମିଳିଲେ ପଦଯାତ୍ରା କରନ୍ତି । କିନ୍ତୁ ଆମର ସେମିତି ନୁହଁ । ଆମର ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଯେତେ ନିର୍ବାଚନ ଆସିଲେ ମଧ୍ୟ ବିଜେଡି ସବୁ ସ୍ଥାନରେ ବିଜୟୀ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସବୁ ସ୍ଥାନରେ ପ୍ରତିଫଳିତ ହୋଇଛି ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.