ETV Bharat / state

ଭଦ୍ରକ ବିଜେପିରେ ବିସ୍ଫୋରଣ ! ଦଳ ଛାଡିଲେ ଶତାଧିକ ପଦାଧିକାରୀ - big blow to bhadrak bjp

ଭଦ୍ରକ ଜିଲ୍ଲା ବିଜେପିକୁ ବଡ ଝଟକା । ଏକାଥରେ ଦଳରୁ 104 ଜଣ ପଦାଧିକାରୀ ଦେଲେ ଇସ୍ତଫା । ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଜିଲ୍ଲା ବିଜେପିର ବହୁ ଭେଟେରାନ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ଭଦ୍ରକ ବିଜେପି
ଭଦ୍ରକ ବିଜେପି
author img

By

Published : Jan 22, 2022, 9:55 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପିକୁ ବଡ ଝଟକା । ଏକାଥରେ ଦଳରୁ 104 ଜଣ ପଦାଧିକାରୀ ଦେଲେ ଇସ୍ତଫା । ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଜିଲ୍ଲା ବିଜେପିର ବହୁ ଭେଟେରାନ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ଦଳରେ ନେତୃତ୍ବ ସଙ୍କଟ ଓ ଏକଛତ୍ରବାଦ ଶାସନ ନେଇ ଏହି ନେତାମାନେ ଇସ୍ତଫା ଦେଇଥିବା କୁହାଯାଇଛି। ଦଳରେ ନେତୃତ୍ବ ସଂକଟ ସହ ବିଶୃଙ୍ଖଳା ଓ ଦଳୀୟ ନେତାଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ଅନେକ ପ୍ରମୁଖ କର୍ମକର୍ତା ଦଳରୁ ଦୂରେଇ ଗଲେଣି । ବିଶେଷକରି ଜଣେ ଦୁର୍ବଳ ତଥା ଅନଭିଜ୍ଞ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ଯୋଗୁଁ ଆଜି ବିଜେପି ଦଳ ଜିଲ୍ଲାରେ ଭୁଶୁଡି ପଡିଛି ବୋଲି ଇସ୍ତାଫା ଦେଇଥିବା ବରିଷ୍ଠ ନେତାମାନେ କହିଛନ୍ତି ।

ଭଦ୍ରକ ବିଜେପିରେ ବିସ୍ଫୋରଣ ! ଦଳ ଛାଡିଲେ ଶତାଧିକ ପଦାଧିକାରୀ

ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ଜିଲ୍ଲା ଉପ-ସଭାପତି ତଥା ବରିଷ୍ଠ ନେତା ରାଜୀବ ମହାନ୍ତି, ଜିଲ୍ଲାର ସାଧାରଣ ସଂପାଦକ ପ୍ରଭାତ ଜେନା, ଭଦ୍ରକ ବ୍ଲକ ବିଜେପି ପୂର୍ବତନ ସଭାପତି, ଯୁବମୋର୍ଚ୍ଚାର ପୂର୍ବତନ ସାଧାରଣ ସଂପାଦକ, ଯୁବମୋର୍ଚ୍ଚାର ପୂର୍ବତନ ସଭାପତି, ଭଦ୍ରକ ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ଉପ-ସଭାପତି ଗଙ୍ଗାଧର ଜେନା ଓ ସମ୍ପାଦକ କ୍ଷୀରୋଦ ନାୟକ, ଜିଲ୍ଲା କାର୍ଯ୍ୟକାତିଣୀ ସଦସ୍ୟ ସପନ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ବିମଳ ବାରିକ, ବ୍ରହ୍ମପୁର ପଞ୍ଚାୟତ ପ୍ରମୂଖ ବନମାଳି ରାଉତ, ରାଜେନ୍ଦ୍ର ଭୂୟାଁ, ପୂର୍ବତନ ସରପଞ୍ଚ ସୁବ୍ରତ ସ୍ବାଇଁ, ଅନିତା ଦାସ, ପଦ୍ମିନୀ ରାମ, କୁମୁଦିନୀ ପରିଡା, ଅଶ୍ବପୂର୍ଣ ମଣ୍ଡଳ, ଅନନ୍ତ କୁମାର ଦାସ, ଚିନ୍ମୟ ସେନାପତି, ବିଜୟ କୁମାର ସ୍ବାଇଁ, ରାଜେଶ ଗୋସ୍ବାମୀ, ଦିପକ ଗୁହା ରାୟ, ପରମେଶ୍ବର ଜେନା, ଅଭିଶେକ ପଟ୍ଟନାୟକଙ୍କ ସମେତ ଶତାଧିକ କର୍ମୀ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.