ETV Bharat / state

କୋରୋନା କାଳରେ ମାତିଛନ୍ତି ଲୁଟେରା, 10 ଗ୍ରାମ ସ୍ଵର୍ଣ୍ଣ ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ୍ - ଭଦ୍ରକରେ ଲୁଟେରାଙ୍କ ଉପଦ୍ରବ

ଜିଲ୍ଲାରେ କିଛିଦିନ ହେବ ପ୍ରବଳ ମାତ୍ରାରେ ଲୁଟେରା ମାତିଛନ୍ତି । ଏଟିଏମ ଭାଙ୍ଗି ଚୋରି କରିବା ପରେ ଲୁଟେରାମାନେ ଅନ୍ୟ ଟାର୍ଗେଟ୍ ଆପଣାଇ ଏବେ ଘରେ ପଶି ଲୁଟ୍ କରୁଛନ୍ତି । ସୋମବାର ବିଳମ୍ବିତ ରାତ୍ରିରେ ଜଣଙ୍କ ଘରୁ 10 ଗ୍ରାମ ସ୍ଵର୍ଣ୍ଣ ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଅଧିକ ପଢନ୍ତୁ..

ଭଦ୍ରକରେ 10ଗ୍ରାମ ସ୍ଵର୍ଣ୍ଣ ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ୍

author img

By

Published : Oct 6, 2020, 7:08 PM IST

ଭଦ୍ରକ: ସୋମବାର ବିଳମ୍ବିତ ରାତ୍ରିରେ ଲୁଟେରାମାନେ ବିଶାଣିଖରିଦା ଥାନା ନିକଟ ଏକ ଗ୍ରାମରେ ପଶି ଜଣଙ୍କ ଘରୁ 10 ଗ୍ରାମ ଓଜନର ସ୍ଵର୍ଣ୍ଣ ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଭଦ୍ରକରେ 10ଗ୍ରାମ ସ୍ଵର୍ଣ୍ଣ ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ୍

ଖବର ଅନୁଯାୟୀ ବିଳମ୍ବିତ ରାତ୍ରିରେ ଗ୍ରାମର ଚନ୍ଦନା ଗିରିଙ୍କ ପରିବାର ଲୋକେ ଶୋଇଥିବା ବେଳେ କିଛି ଦୃର୍ବୁତ୍ତ ତାଲା ଭାଙ୍ଗି, କଳା ମୁଖା ପିନ୍ଧି ଘର ଭିତରକୁ ପ୍ରବେଶ କରିଥିଲେ । ପରେ ପରିବାର ଲୋକଙ୍କୁ ଭୟଭୀତ କରି ଟଙ୍କା ଥିବା ବକ୍ସର ତାଲା ଭାଙ୍ଗିଥିଲେ ଏବଂ ସେଥିରେ ଥିବା ନଗଦ 1 ଲକ୍ଷ 70 ହଜାର ଟଙ୍କା ସମେତ 10 ଗ୍ରାମ ଓଜନର ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଲୁଟେରାମାନେ କଳା ମୁଖା ପିନ୍ଧିଥିବାରୁ ପରିବାର ଲୋକେ ସେମାନଙ୍କୁ ଚିହ୍ନି ପାରିନଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି । ତେବେ ଲୁଟ ହୋଇଥିବା ଟଙ୍କା ମଧ୍ୟରୁ 1 ଲକ୍ଷ 50 ହଜାର ଟଙ୍କା, ଚନ୍ଦନାଙ୍କ ପୁଅ ନାରାୟଣ ଗିରି କୌଣସି କାରଣ ପାଇଁ କରଜ କରି ଆଣିଥିବା ସୂଚନା ମିଳିଛି ।

ଏ ସଂପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ହେଲେ ସହରରେ ଲୁଟ ବଢି ଚାଲିଥିବା ବେଳେ ପୋଲିସ ହାତ ଖାଲି ରହିଛି । ତେବେ ଦିନକୁ ଦିନ ଅଧିକାଂଶ ଲୁଟ୍ ହେବାର କାରଣ ସଂପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.