ETV Bharat / state

ମହାମାରୀ କାଳରେ ସ୍ବେଚ୍ଛାସେବୀ ସଙ୍ଗଠନର ମହାନତା

author img

By

Published : Aug 7, 2020, 10:25 AM IST

ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ଛଡାକମହଲା ଅଞ୍ଚଳର 67 ବର୍ଷୀୟ ଗୁଲାମ୍ ଶେଖ୍‌ ରସୁଲ ଫାଇଲେରିଆ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି କଷ୍ଟ ଭୋଗୁଛନ୍ତି । ଏଭଳି ଶାରିରୀକ ଯନ୍ତ୍ରଣା ଭିତରେ ଟ୍ରଲି ଚଳାଇ ନିଜ ପରିବାରର ପ୍ରତିପୋଷଣ ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଛି । ଆଉ ଏପରି ସ୍ଥିତିରେ ପରିବାର ପାଇଁ ଦୂତ ସାଜିଛନ୍ତି ଜିଲ୍ଲାର ସ୍ବେଚ୍ଛାସେବୀ ସଙ୍ଗଠନ ।

volunteer group in bhadrak, volunteer group helps needy, bhadrak latest news, bhadrak's gulam sheikh rasul, ଭଦ୍ରକରେ ସ୍ବେଚ୍ଛାସେବୀ ସଙ୍ଗଠନ, ଗରିବଙ୍କ ସାହାର ସ୍ବେଚ୍ଛାସେବୀ ସଙ୍ଗଠନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକର ଗୁଲାମ ଶେଖ୍‌ ରସୁଲ
ମହାମାରୀ କାଳରେ ସ୍ବେଚ୍ଛାସେବୀ ସଙ୍ଗଠନର ମହାନତା

ଭଦ୍ରକ: ଜିଲ୍ଲାର ପୌରାଞ୍ଚଳ ଅନ୍ତର୍ଗତ ଛଡାକମହଲା ଅଞ୍ଚଳର 67 ବର୍ଷୀୟ ଗୁଲାମ୍ ଶେଖ୍‌ ରସୁଲ ଫାଇଲେରିଆ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି କଷ୍ଟ ଭୋଗୁଛନ୍ତି । ଏଭଳି ଶାରିରୀକ ଯନ୍ତ୍ରଣା ଭିତରେ ଟ୍ରଲି ଚଳାଇ ନିଜ ପରିବାରର ପ୍ରତିପୋଷଣ ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଛି । ଗୋଟିଏପଟେ ପରିବାର ଓ ଅନ୍ୟପଟେ ଫାଇଲେରିଆ ଯନ୍ତ୍ରଣା ଭିତେର ପେଶୀ ହେଉଛନ୍ତି ଗୁଲାମ୍ ଶେଖ୍‌ । ଆଉ ଏପରି ସ୍ଥିତିରେ ପରିବାର ପାଇଁ ଦୂତ ସାଜିଛନ୍ତି ଜିଲ୍ଲାର ସ୍ବେଚ୍ଛାସେବୀ ସଙ୍ଗଠନ । ଯିଏ ଗୁଲାମଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ଆଗାମୀ ଦିନରେ ମଧ୍ୟ ଆବଶ୍ୟକୀୟ ସମସ୍ତ ସାହାଯ୍ୟ ଯୋଗାଇବା ପାଇଁ ପ୍ରକାଶ କରିଛି ।

ତେବେ ଗରିବୀର କଷାଘାତରେ ଜର୍ଜରିତ ଗୁଲାମଙ୍କ ପାଇଁ ପେଟପାଟଣାର ଏକମାତ୍ର ମାଧ୍ୟମ ହେଉଛି ଟ୍ରଲି ଚାଳନା ହେଲେ ଫାଇଲେରିଆ ରୋଗ କାରଣରୁ ଏବେ ଟ୍ରଲି ଚଳାଇବାରେ କଷ୍ଟ ଅନୁଭବ କରୁଛନ୍ତି ସେ । ସେପଟେ ପୁଣି କୋରୋନା ମହାମାରୀ ପାଇଁ ଏବେ ଜୀବିକାରେ ଲାଗିଛି ଲଗାମ । ଏମିତିରେ ପରିବାର ପ୍ରତିପୋଷଣ କଷ୍ଟ ସାଧ୍ୟ ହୋଇ ପଡିଥିବା ବେଳେ ରୋଗ ଚିକିତ୍ସା କଥା କିଏ ବା ପଚାରେ । କିନ୍ତୁ ଗୁଲାମଙ୍କ ସମ୍ପର୍କରେ ଜାଣିବା ପରେ ସାହାଯ୍ୟ ପାଇଁ ଆଗେଇ ଆସିଛି ଜିଲ୍ଲାର ସ୍ବେଚ୍ଛାସେବୀ ସଙ୍ଗଠନ ।

ଏହି ସଙ୍ଗଠନ ଗୁଲାମଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇବା ସହ ଆଗାମୀ ଦିନରେ ମଧ୍ୟ ଆବଶ୍ୟକୀୟ ସମସ୍ତ ସାହାଯ୍ୟ କରିବା ପାଇଁ ପ୍ରକାଶ କରିଛି । ଏନେଇ ସୂଚନା ଦେଇଛନ୍ତି ସଙ୍ଗଠନର ଆବାହକ ସିତାଂଶୁ ମହାପାତ୍ର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.