ETV Bharat / state

ଭଦ୍ରକ ବାସୁଦେବପୁରରେ ଟ୍ରାଫିକ ସଚେତନତା - ନୂଆ ମଟରଯାନ ଆଇନ

ନୂଆ ମଟରଯାନ ଆଇନକୁ ନେଇ ଭଦ୍ରକ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 7, 2019, 12:16 AM IST

ଭଦ୍ରକ: ଚଳିତ ମାସ ସେପ୍ଟେମ୍ବର 1 ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ଫଳରେ ଜନସାଧାରଣଙ୍କ ସମେତ ସମସ୍ତ ଗାଡି ମାଲିକ ଏବେ ଚିନ୍ତାରେ । ଯେମିତି କୌଣସି ଲୋକ ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପାଇଁ ଭଦ୍ରକ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବାସୁଦେବପୁର ଥାନା ଅଧିକାରିଣୀ ମଧୁମିତା ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ଥାନା କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଟ୍ରାଫିକ ନିୟମ ପାଳନ ପାଇଁ ପୋଲିସର ସଚେତନତା କାର୍ଯ୍ୟକ୍ରମ। Body:ଟ୍ରାଫିକ ନିୟମ ପାଳନ ପାଇଁ ପୋଲିସର ସଚେତନତା କାର୍ଯ୍ୟକ୍ରମ। ଚଳିତ ମାସ ସେପ୍ଟେମ୍ବର ଏକ ତାରିଖରୁ ସାରା ଦେଶରେ କଡାକଡି ଭାବେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି। ଏନେଇ ଆଜି ବାସୁଦେବପୁର ପୋଲିସ ପକ୍ଷରୁ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ବାସୁଦେବପୁର ଥାନା ଅଧିକାରିଣୀ ମଧୁମିତା ମହାନ୍ତିଙ୍କ ସହ ସମସ୍ତ ଥାନା ଷ୍ଟାଫମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଡାକବାଜୀ ଯନ୍ତ୍ର ଦ୍ୱାରା ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି ଶୋଭାଯାତ୍ରାରେ ବାସୁଦେବପୁର ର ବହୁ ମହିଳା ସାମାଜିକ କର୍ମୀମାନେ ସାମିଲ ହେଇ ଲୋକମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ପରାମର୍ଶ ଦେଇଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.