ETV Bharat / state

ବନ୍ୟାରେ ଭଣ୍ଡାରିପୋଖରୀ ଓ ଧାମନଗର ପ୍ରଭାବିତ, ଅନେକ ଗାଁ ଜଳବନ୍ଦୀ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ଧାମନଗର ପ୍ରଭାବିତ ହେଉଛି ବନ୍ୟା ଜଳ । ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଧିକ ପଢନ୍ତୁ

author img

By

Published : Aug 16, 2022, 7:49 PM IST

ବନ୍ୟାରେ ଭଣ୍ଡାରିପୋଖରୀ ଓ ଧାମନଗର ପ୍ରଭାବିତ, ଅନେକ ଗାଁ ଜଳବନ୍ଦୀ
ବନ୍ୟାରେ ଭଣ୍ଡାରିପୋଖରୀ ଓ ଧାମନଗର ପ୍ରଭାବିତ, ଅନେକ ଗାଁ ଜଳବନ୍ଦୀ

ଭଦ୍ରକ: ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହ କମୁଛି । ହେଲେ ବନ୍ୟା ସମସ୍ୟା ବଢୁଛି । ତଳିଆ ଅଞ୍ଚଳର କିଛି ସ୍ଥାନ ଏବେ ମଧ୍ୟ ପାଣି ଘେରରେ ରହିଛି । ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବୈତରଣୀରେ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପ୍ରଭାବିତ ହୋଇଛି । ଧାମନଗର ବ୍ଲକର ୧୦ଟି ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ବ ଗାଁ ପାଣି ଘେରରେ ଥିବା ବେଳେ ସୋହଡା, ପଧାନୀ, କରଦା ଆଦି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗୃହପାଳିତ ପଶୁ ମାନଙ୍କୁ ନଦୀବନ୍ଧରେ ରଖାଯାଇଥିବା ବେଳେ ଗୋଖାଦ୍ୟର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ବୋଲି ଜଣାପଡ଼ିଛି । ଏଥିସହ ଧାମନଗର ବ୍ଲକ ହସନାବାଦ ପଞ୍ଚାୟତର ଅନଳଡିହ ଓ ଅସ୍ତକ ଗାଁ ସମ୍ପୂର୍ଣ୍ଣ ବନ୍ୟା ଜଳ ଘେରରେ ରହିଥିବା ବେଳେ ଲୋକଙ୍କ ଘରେ ବନ୍ୟା ଜଳ ଲହଡି ଭାଙ୍ଗୁଛି ।

ସେହିପରି ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ବ ଗାଁ ଏବେ ମଧ୍ୟ ବନ୍ୟା ଘେରରେ ରହିଛି । ଷୋଳମପୁର ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ କରୁଥିବା ରାସ୍ତା ବିଚ୍ଛିନ ହୋଇଛି । ତେବେ ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ୧୮.୦୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.